ନୂଆପଦରରେ କାଳୀ ପୂଜା: ଯୁବସମାଜ ସମାଜର ହିତ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

ଫୁଲବାଣୀ, ୨୭/୧୦: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନର୍ଗତ ନୂଆପଦରରେ ମା କାଳୀଙ୍କର ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି କାଳୀପୂଜା ଦୀର୍ଘ ପ୍ରାୟ ପଚାଶ ବର୍ଷ ଧରି ପାଳନ ହୋଇ ଆସୁଅଛି l ପୂବର୍ତନ ସମିତି ଅଧକ୍ଷ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ନୂଆପଦରରେ କାଳୀ ପୂଜାର ଶୁଭ ଆରମ୍ଭ କରିଥିଲେ l ଏହି ପୂଜାରେ ପୂରପଲ୍ଲୀ ଓ ସହରର ହଜାର ହଜାର ଲୋକଙ୍କର ସମାଗମ ହୁଏ l ଆଲୋକର ପର୍ବ ଦୀପାବଳି ମଧ୍ୟ ଧୂମଧାମରେ ପାଳିତ ହୋଇଥିଲା l ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଯୁବକ ସଂଘର ଭକ୍ତି ଭାବ ଦେଖି ଭୁୟସୀ ପ୍ରଶଂସା କରିଥିଲେ l ଯୁବକମାନେ ଆଧ୍ୟାତ୍ମିକତା ଚିନ୍ତାଧାରାକୁ ବଜାୟ ରଖିବା ସହ ଯୁବକମାନେ ସମାଜର ସାମୁହିକ ପ୍ରଗତି ପାଇଁ ମଧ୍ୟ ସଂକଳ୍ପବଦ୍ଧ ହେବା ଆବଶ୍ୟକ ରହିଛି ବୋଲି କହିଥିଲେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ l ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ମାକାଳୀଙ୍କର ଭଜନ ଗାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ବିଜେପିର ଜିଲ୍ଲା ଉପସଭାପତି ଅଜିତ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୁବକମାନଙ୍କୁ ସାଧୁବାଦ ଜଣାଇ ଯୁବକମାନେ ଦେଶ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ ବୋଲି କହିଥିଲେ l ଯୁବକସଙ୍ଘ ତଥା କାଳୀପୂଜା କମିଟିର ସଭାପତି କାମାକ୍ଷା ନାଏକ କମିଟିର ଉନ୍ନତି ପାଇଁ ସମସ୍ତଙ୍କର ସହାୟତା ଓ ଆଶ୍ରିବାଦ ଲୋଡ଼ିଥିଲେ l କମିଟିର ଉପସଭାପତି ରଘୁପତି କଂହର ବାର୍ଷିକ ବିବରଣୀ ପାଠ କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ରୁକସନା ମେଲୋଡି ଓ ସ୍ଥାନୀୟ ଗଣ୍ଡାପଡା ଗ୍ରାମର ମହାଭାରତ ଏବଂ ଶ୍ରୀପଲ୍ଲା ଗ୍ରାମର ରାମାୟଣ ନାଟକ ଆଦି ପ୍ରଦର୍ଶିତ ହୋଇଥିଲା l ଏହା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା l

Leave A Reply

Your email address will not be published.