xmas

ଅକ୍ଟୋବର ୩୦ ତାରିଖ ଯାଏଁ ରାତିର ତାପମାତ୍ର କମ୍ ରହିବ: ସିଇସି

ଭୁବନେଶ୍ୱର,୨୮/୧୦: ରାଜ୍ୟରେ ଅକ୍ଟୋବର ୩୦ ତାରିଖ ଯାଏଁ ରାତିର ତାପମାତ୍ରା କମ୍ ରହିବା ସହ ଅଧିକାଂଶ ସ୍ଥାନରେ ନ୍ୟୁନତମ ତାପମାତ୍ରା ୨୦ ଡିଗ୍ରୀରୁ କମ୍ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

ସିଇସି ବୁଲେଟିନ୍ ଅନୁଯାୟୀ ବଙ୍ଗୋପ ସାଗରରୁ ଆସୁଥିବା ଜଳୀୟ ବାଷ୍ପ ଉପକୂଳ ମୁହାଁ ହେଉଥିôବା ବେଳେ ଅକ୍ଟୋବର ୩୦ ତାରିଖ ପରେ ରାତିର ତାପମାତ୍ରା ବୃଦ୍ଧି ପାଇବ ।

ସେହିପରି ନଭେମ୍ବର ୧ ଏବଂ ୨ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ବୃଦ୍ଧି ପାଇବ ଏବଂ ଏହାପରେ ତାପମାତ୍ରା ଧୀରେ ଧୀରେ କମିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.