xmas

ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ: କଦ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ୭୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡଃ ଅରୁପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ବତନ ସମାଜ ପ୍ରତିନିଧି ମହାଦେବ ସାହୁ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ମିଶ୍ର, ମୁଖ୍ୟ ବକ୍ତା ଭାବରେ ଫୁଲବାଣୀ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ସୁଜିତ କୁମାର ପଣ୍ଡା, ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ଉପ ସଭାପତି ସନ୍ତୋଷ ଡିଗାଲ ପ୍ରମୁଖ ଯୋଗଦେଇ ମୂଲ୍ୟ ବୋଧ ସାମ୍ବାଦିକତା, ବୃତ୍ତିଗତ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ l ସେହିପରି ମିଳିତ ନାଗରିକ ମଞ୍ଚର ବିଷ୍ଣୁ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବିନ କିଶୋର ପଣ୍ଡା, ଆଇନଜୀବୀ ବ୍ରଜକିଶୋର ପଟ୍ଟନାୟକ, ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ରାଜେନ୍ଦ୍ର ପାଢୀ, ନାରାୟଣ ସାହୁ, ବିଜୟ ମହାନ୍ତି, ନବ କୃଷ୍ଣ ରଥ , ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୂଖ ଗଣମାଧ୍ୟମର ଭୂମିକା ଓ ନିରପେକ୍ଷ ସମ୍ଵlଦିକତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ସଂଘର ସାଧାରଣ ସମ୍ଫାଦକ ଅଶୋକ ପରିଡା ସଭା ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୟସେନ ପରିଡା, ବରିଷ୍ଠ ନାଗରିକ ପିତାମ୍ବର ମିଶ୍ର, ଜାକିର ଖାନ, ସାମ୍ବାଦିକ ସୂର୍ଯ୍ୟ ବେହେରା, ସତ୍ୟ ନାରାୟଣ ବେହେରା, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ସୁଧୀର ମହାରଣା, ଶିବାନୀ ସୁଆର, ନିବେଦିତା ଖାଡ଼ଙ୍ଗା, ଅଶୋକ ରାୟ, ଶିବ ନାୟକ ଏବଂ ବହୁବରିଷ୍ଠ ନାଗରିକ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସଙ୍ଘ ପ୍ରତିଷ୍ଠାତା ମହାଦେବ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

Leave A Reply

Your email address will not be published.