xmas

ବାଲିଗୁଡା ଉପଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ

ଫୁଲବାଣୀ, ୨୯/୧୦: ବାଲିଗୁଡା ଉପଜିଲ୍ଲାପାଳ ଭାବେ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଆଇ ଏ ଏସ ଏମ. ଏସ ମଧୁମିତା ସପ୍ତାହେ ନ ପୂରୁଣୁ ବିଭିନ୍ନ ଅଞ୍ଚଳ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରିଛନ୍ତି l ଆଜି ଉପଜିଲ୍ଲାପାଳ ମଧୁମିତା ବାଲିଗୁଡା ଏନଏସି ଅଧିନସ୍ତ ତ୍ରିବେଦୀ ପାର୍କ, କଲ୍ୟାଣ ମଣ୍ଡପ, ସଭାଗୃହ, ପାଟ ଖଣ୍ଡା ହାଇସ୍କୁଲ, ବସଷ୍ଟାଣ୍ଡ ନିକଟ ପୋଖରୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଅଭାବ ଅସୁବିଧା ପଚାରି ବୁଝିଥିଲେ l ଦୀର୍ଘ ଦିନ ହେଲା ବନ୍ଦ ଥିବା ତ୍ରିବେଦୀ ପାର୍କକୁ ପିଲାମାନଙ୍କ ପାଇଁ ଖୋଲିବା ନେଇ ବ୍ୟବସ୍ଥା କରିବାକୁ ଏନଏସି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେl ଉପଜିଲ୍ଲାପାଳ ମଧୁମିତାଙ୍କ ସହ ବହୁ ବିଭାଗୀୟ ଅଧିକାରୀ, ଏନଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ଉପଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି l

Leave A Reply

Your email address will not be published.