xmas

ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ପ୍ରତିବାଦରେ ସ୍ମାରକ ପତ୍ର

ଫୁଲବାଣୀ, ୦୪/୧୧: ଆଗପଛ ନ ବିଚାରି ତ୍ରୁଟି ପୂର୍ଣ୍ଣ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଠେଇବାର ନିଷ୍ପତ୍ତି ନେବା ଏବେ ରାଜ୍ୟ ସରକାରଙ୍କ ପାଇଁ ବୁମେରାଙ୍ଗ୍ ହେବାକୁ ଯାଉଛି । ଏଭଳି ଭୁଲ ନିଷ୍ପତ୍ତିକୁ ଦୃଢ଼ ପ୍ରତିବାଦ କରାଯାଇ କନ୍ଧମାଳ ଜିଲ୍ଲା ନୂତନ ପେନସନ ଭୁକ୍ତ ଯୋଜନା ସଂଘ ତରଫରୁ ଜିଲ୍ଲା ଆବାହକ ବିପିନ୍ ବିହାରୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ଏବଂ ରାଜ୍ୟ ସରକାର ତୁରନ୍ତ ଯଦି ଏ ଭଳି ବୈଷମ୍ୟ ଦୂର ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟରୁ କଳଙ୍କିତ ଚୁକ୍ତିଭିତ୍ତିକ ପ୍ରଥା ଉଠିଛି । ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଅକ୍ଟୋବର ପନ୍ଦର ତାରିଖରେ ଘୋଷଣା କରିଛନ୍ତି ଓ ତଦନୁଯାୟୀ ପରଦିନ ବିଦ୍ଧିବଦ୍ଧ ଭାବେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସରକାରଙ୍କ ତରଫରୁ ଘୋଷଣା କରାଯାଇ କୁହାଯାଇଛି ଯେ ତତ୍କାଳୀନ ଆର୍ଥିକ ନିଅଣ୍ଟିଆ ପରିସ୍ଥିତିକୁ ମୁକାବିଲା କରାଯିବା ପାଇଁ ୨୦୧୩ ମସିହାରେ ଠିକା ନିଯୁକ୍ତି ବ୍ୟବସ୍ଥା ଲାଗୁ କରାଯାଇଥିଲା । ବର୍ତ୍ତମାନ ପୂର୍ବବସ୍ଥାରେ ସୁଧାର ଆସିଥିବାରୁ ରାଜ୍ୟ ସରକାର ଠିକା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଛନ୍ତି । ଫଳରେ ୨୦୧୩ ମସିହାରୁ ନିଯୁକ୍ତିପ୍ରାପ୍ତ ପ୍ରାୟ ୫୭୦୦୦ ଚୁକ୍ତିଭିତ୍ତିକ କର୍ମଚାରୀ ଇନକ୍ରିମେଣ୍ଟ ସହ ବର୍ଦ୍ଧିତ ଦରମା ପାଇବେ କିନ୍ତୁ ୨୦୧୩ ମସିହା ପୂର୍ବରୁ ନିଯୁକ୍ତିପ୍ରାପ୍ତ ହଜାର ହଜାର ଶିକ୍ଷକ ଓ ଅନ୍ୟ ବର୍ଗର କର୍ମଚାରୀ ଏଥିରୁ ବାଦ୍ ପଡିବେ । ଫଳରେ ଦରମାକୁ ନେଇ ବରିଷ୍ଠ କନିଷ୍ଠଙ୍କ ମଧ୍ୟରେ ବୈଷମ୍ୟ ସୃଷ୍ଟି ହେବ ।

ଏମିତି କି ୨୦୧୬ରେ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ୨୦୧୧ ଓ ୨୦୧୩ ମସିହାରେ ନିଯୁକ୍ତ ଶିକ୍ଷକଙ୍କଠୁ ବି ଅଧିକ ଦରମା ପାଇବେ ଯାହାକି ବରିଷ୍ଠଙ୍କ ଅଧିକାରକୁ ହନନ କରିବା ସହ ଏକ ଅକ୍ଷମଣୀୟ ତ୍ରୁଟି ଘଟାଉଛି । ଆହୁରି ମଧ୍ୟ ଏହା ପେ ପ୍ରୋଟେକ୍ସନ ନିୟମକୁ ଉଲ୍ଲଂଘନ କରୁଛି ।

ଆଜିର ପ୍ରତିବାଦ ସଭାରେ କୈଳାଶ ସ୍ୱାଇଁ, ମନୋରଞ୍ଜନ ପାଢ଼ୀ, ସଂଜୀବ ବେହେରା, ପ୍ରଦୀପ ସାହୁ, ଅଶ୍ୱିନ ପ୍ରଧାନ, ପ୍ରଶାନ୍ତ ବେହେରା, ଧନଞ୍ଜୟ ଦିଗାଲ, ସଂଜୀବ ପାଣିଗ୍ରାହୀ, ଶିବ ପ୍ରସାଦ ଦାଶ, ପ୍ରତିମା ପଣ୍ଡା, ସ୍ବର୍ଣ୍ଣମୟୀ ଦାଶ, ସମୀରା ପାଢ଼ୀ, ବୁଲି ନାୟକ, ସନ୍ଧ୍ୟାରାଣୀ ମହାପାତ୍ର, ଅନିତା ସାହୁ, ରିତେଶ ବେହେରା, ସବିତା ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଥିଲେ ଅନ୍ୟଥା ଏକ ବିରାଟ ଆନ୍ଦୋଳନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରେଇଥିଲେ ।

Leave A Reply

Your email address will not be published.