xmas

ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର: ଦିଦି ବି ଖୁସ, ପିଲାଏ ଖୁସ

ଫୁଲବାଣୀ, ୦୪/୧୧: ଟିକିଏ ଭଲ କରି ଦେଖନ୍ତୁ ଏହି ଅଙ୍ଗନବାଡି କେନ୍ଦ୍ରଟିକୁ ଦେଖିଲେ ଲାଗୁଛି ଅଙ୍ଗନବାଡି କେନ୍ଦ୍ର ନୁହେଁ ଚିଲଡ୍ରେନ୍ସ ପାର୍କ l ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ଖସଡ଼ା, ଦୋଳି, ଉଠାପକା ଖେଳ ଆଦି ବିଭିନ ପ୍ରକାର ସୁନ୍ଦର ସୁନ୍ଦର ଖେଳ ସାମଗ୍ରି ମାନ ରହିଛି କେନ୍ଦ୍ର ସମ୍ମୁଖରେ l ଆଉ ଇନଡୋର ଖେଳ ସାମଗ୍ରୀ ଓ ପାଠନ ସାମଗ୍ରି ମଧ୍ୟ ଭିତରେ ରହିଛି l ଅଙ୍ଗନବାଡୀ ଘର କଥା ନ କହିବା ଭଲ l ସ୍ମାର୍ଟ ଟିଭି ସହ ସୋଲାର ବିଦ୍ୟୁତ ସିଷ୍ଟମ ସହ ସମସ୍ତ ସୁବିଧା ଥାଇ ଅତ୍ୟାଧୁନିକ ଶୈଳୀରେ ଉଚ୍ଚମାନର ଅଙ୍ଗନବାଡି ଘର ନିର୍ମାଣ ହୋଇଛି l ଯେ କେହି ବି ଦେଖିଲେ କିଛି ସମୟ ପାଇଁ ଅଟକିଯିବ ନିଶ୍ଚୟ l ଏ ଭଳି ପ୍ରଥମ କରି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ମାଶିରୀପଡା ଗ୍ରାମରେ l ଏଭଳି ଅତ୍ୟାଧୁନିକ ଅଙ୍ଗନବାଡି କେନ୍ଦ୍ର ଦେଖି ଦିଦି ଖୁସ ଆଉ ପିଲାଏ ବି ଖୁସ l ସେହିପରି ଅବିଭାବକ ବି ଖୁସିବ୍ୟକ୍ତ କରିଛନ୍ତି l ଏହି ଅଙ୍ଗନବାଡି କେନ୍ଦ୍ରକୁ ଏବେ ଆଗ ଅପେକ୍ଷା ବହୁ ସଂଖ୍ୟାରେ ଶିଶୁ ପାଠ ପଢ଼ିବାକୁ ଆସୁଥିବା ଦେଖିବାକୁ ମିଳୁଛି l ଫିରିଙ୍ଗିଆ ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁଁ ଏହା ସମ୍ଭବ ହୋଇପାରିଛି l କେବଳ ଏହି ଗୋଟିଏ କେନ୍ଦ୍ର ନୁହେଁ ଏଭଳି ୧୨ ଟି ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ନିର୍ମାଣ କରାଯାଉଥିବା କଥା ବିଡ଼ିଓ ମହନ୍ତ କହିଛନ୍ତି l ଏହି କେନ୍ଦ୍ର ନିର୍ମାଣ ମନରେଗା ଆଉ ଇଣ୍ଟେରେଷ୍ଟ ମନି ମିଶାଇ କମ ମୂଲ୍ୟରେ ନିର୍ମାଣ କରାଯାଉଥିବା ଜଣାପଡ଼ିଛି l ଏଭଳି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଲେ ଶିଶୁମାନଙ୍କ ମାନସିକ, ଶାରୀରିକ ଓ ଭୌତିକ ବିକାଶ ସମ୍ଭବ ହେବ ବୋଲି ଅବିଭାବକ ଓ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି l

Leave A Reply

Your email address will not be published.