xmas

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଗତକାଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପାନ୍ତ ଧୂଳିପୁଟ ପଞ୍ଚାୟତ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭୀମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିରରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତଭୁକ୍ତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମାନସିକ, ବିକଳାଙ୍ଗ ବ୍ୟକ୍ତି ମାନଙ୍କର ନାମ ପଞ୍ଜିକରଣ କରାଯାଇ, ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଇ ଆବେଦନ କାରୀଙ୍କୁ ମଧ୍ୟରୁ ମୋଟ ୮୫ଜଣଙ୍କୁ ଚିହ୍ନଟ କାରଣ କରାଯାଇଥିଲା ସେଥି ମଧ୍ୟରୁ ମାନସିକ ଅନଗ୍ରସର, ମୁକ ବଧିର, ଦୃଷ୍ଟି ବାଧିତ , ଶାରୀରିକ ବିକଳାଙ୍ଗ ଶ୍ରେଣୀର ନାମ ପଞ୍ଜିକୃତ କରିଥିବା ବେଳେ ଅବଶିଷ୍ଟ ରହିଥିବା ବାଦ୍ଧକ୍ୟ ଭର୍ତ୍ତା, ବିଧବା ଭର୍ତ୍ତାର ଆବେଦନ ଗ୍ରହଣ କରାଯାଇଥିଲା । ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟିରେ ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ, ଉପଖଂଡିୟା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ଓ ମାଲକାନଗିରି ବିଏସଏସଓ ରାଜୁ ପୂଜାରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବିଏସଏସଓ ଅମର ମାଡକାମୀ, ପ୍ରସଂଜିତ ଦାସ ପରିଚାଳନା କରିଥବା ବେଳେ ବିଭିନ୍ନ ପଞ୍ଚାୟତରେ ପିଇଓ, ସରପଞ୍ଚ, ସମିତି ଜିଆରଏସ, ଅଙ୍ଗନବାଡି କର୍ମୀ ଏବଂ ବ୍ଲକର ଅନ୍ୟ ବହୁ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.