xmas

ବ୍ରାହ୍ମଣୀ ଗାଁ ନୂତନ ବ୍ଳକ ଗଠନ ଦାବି କରି ବିଧାନସଭା ଆଗରେ ଧାରଣା ନିଷ୍ପତ୍ତି

ଫୁଲବାଣୀ, ୦୬/୧୧: ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ହେବ ଜାନକୀ ସରକାର ସମୟରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀ ଗାଁକୁ ନୂତନ ବ୍ଳକ ଘୋଷଣା ଦାବି କରାଯାଉଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତିି। ବିଭିନ୍ନ ସମୟରେ ରାଲୀ, ବିକ୍ଷୋଭ, ବନ୍ଦ ଡାକରା ଏପରିକି ଭୋଟ ବର୍ଜନ ମଧ୍ୟ ହୋଇଛି। ତଥାପି ସୁଫଳ ମିଳିନି । ଫଳରେ ଏବେ ଆଗାମୀ ବିଧାନସଭା ସମୟରେ ବିଧାନସଭା ଆଗରେ ଧାରଣା ଦେବା ଲାଗି ଅଞ୍ଚଳର ଆଠଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକ ଗଠନ ଅଭିଯାନ କମିଟି ନିଷ୍ଠତି ନେଇଛି । ଗତକାଲି ୮ଟି ପଞ୍ଚାୟତର ପ୍ରତିନିଧି, ସମାଜସେବୀ ଓ ବୁଦ୍ଧିଜିବୀ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି । ବ୍ରାହ୍ମଣୀ ଗାଁ ସରପଞ୍ଚ ସଂଯୁକ୍ତା ମଲିକ ଅଧ୍ୟକ୍ଷତା କରିଥିବା ବେଳେ ସଭାପତି ଅମିର ଚାନ୍ଦନା ଏକ ସଂପାଦକ ଦିବ୍ୟସିଂହ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଦିପିକାମୁଠା ମାଝି, ସାଂସଦ ବ୍ଳକ ପ୍ରତିନିଧି ଅକ୍ଷୟ ନାଏକ, ପୂର୍ବତନ ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆର ସିଂ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଲାଗି ଦାବି କରିବା ସହ ଏ ସଂପର୍କରେ ପଞ୍ଚାୟତରାଜ ମନ୍ତ୍ରୀ, ସାଂସଦ, ଜି.ଉଦୟଗିରି ବିଧାୟକ ପ୍ରମୁଖଙ୍କୁ ଅବଗତ କରିବା ସହ ଆଗାମୀ ଶୀତକାଳୀନ ଅଧିବେଶନରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.