xmas

ଦୁର୍ନିତୀ ଗ୍ରସ୍ତ ବିଡ଼ିଓଙ୍କ ବଦଳି ଦାବି କଲେ ଅଧକ୍ଷା

ଫୁଲବାଣୀ, ୦୫/୧୧: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଡ଼ିଓଙ୍କ ମନ ମୁଖି କାର୍ଯ୍ୟ, ଦୁର୍ନିତୀ, ଲୋକ ପ୍ରତିନିଧିଙ୍କୁ ଅଣଦେଖା, ପିସି କାରବାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଶେଷରେ ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଆଉ ତୁରନ୍ତ ବିଡ଼ିଓଙ୍କୁ ଏଠାରୁ ଅନ୍ୟତ୍ର ବଦଳି ନ କଲେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଧମକ ଦେଇଛନ୍ତି l ପନ୍ଦର ଦିନ ମଧ୍ୟରେ ବଦଳି ନହେଲେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l ଯାହାକି ଜି. ଉଦୟଗିରି ଅଞ୍ଚଳ ଓ ପ୍ରଶାସନିକ ମହଲରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି l କେବଳ ବିଡ଼ିଓ ଏକା ନୁହଁନ୍ତି ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ବି ଅଧ୍ୟକ୍ଷାଙ୍କ ରୋଷରୁ ବାଦ ପଡ଼ିନାହାନ୍ତି l ତେବେ ବ୍ଲକ ଉପାଧ୍ୟକ୍ଷ ଓ କିଛି ସମିତି ସଭ୍ୟଙ୍କ କହିବା କଥା ହେଲା, କୁଆଡେ ବିଡ଼ିଓ ଜଣେ ଭଦ୍ର, ସରଳ, ଅମାୟିକ ଓ ଦକ୍ଷ ବିଡ଼ିଓ ବୋଲି କହି ଅଧ୍ୟକ୍ଷା ସୁଷମାଙ୍କ ଅଭିଯୋଗକୁ ଖଣ୍ଡନ କରିବା ଶାସକ ବିଜେଡ଼ି ଦଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି କହିଲେ ଚଳେ l ସୂଚନା ଯୋଗ୍ୟ ଯେ, ବିଡ଼ିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରି ଉପାଧ୍ୟକ୍ଷଙ୍କ ଇଙ୍ଗିତରେ କାର୍ଯ୍ୟ କରିବା ଫଳରେ ବ୍ଲକ ବିଡ଼ିଓ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି l ବ୍ଲକରେ ଚାଲିଥିବା ବିବାଦ ଯୋଗୁଁ ଗତ ୬ ମାସ ହେଲା ଆଖି ଦୃଶିଆ ଉନ୍ନୟନ କାର୍ଯ୍ୟ କିଛି ହେଉନି l ଏଣୁ ଜିଲ୍ଲା ପ୍ରଶାସନ ଓ ବିଧାୟକ, ସାଂସଦ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l

Leave A Reply

Your email address will not be published.