କୋରାପୁଟ କେସିସି ବ୍ୟାଙ୍କ ସଭାପତି ପଦ ପାଇଁ ହାଇକମାଣ୍ଡ ନିଷ୍ପତ୍ତି ଦେବା ଜାଣି ଆଶାୟୀ ବଢ଼ୁଛନ୍ତି

ମାଲକାନଗିରି,୦୫/୧୧: ଆସନ୍ତା ୯ ତାରିଖରେ ହେବାକୁ ଥିବା କୋରାପୁଟ କେସିସି ବ୍ୟାଙ୍କ ସଭାପତି ପଦବୀର ନାମାଙ୍କନ ଦାଖଲର ଶେଷଦିନ। ଯେତିକି ପାଖେଇ ଆସୁଛି ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆଶାୟୀଙ୍କ ମଧ୍ୟରେ କୋରାପୁଟ ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ,ପୂର୍ବତନ କେସିସି ସଭାପତି ଡ଼ଃ ଇନ୍ଦିରା ନନ୍ଦ, ରମାକାନ୍ତ ରାଉଳ ନାମ ଚର୍ଚ୍ଚା ଧରୁଥିବା ବେଳେ ଏବେ ଜଣେ ଆଦିବାସୀ ବିଜେଡି ନେତା ,ଚାଷୀ ସୁରକ୍ଷାର ଯୁବ ନେତା ଗୋପୀ ପାଙ୍ଗି ମଧ୍ୟ ଆଶାୟୀ ରହିଛନ୍ତି। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ସବୁଠାରୁ ଅଧିକ ଆଦିବାସୀ ଚାଷୀ ରହିଛନ୍ତି। ପୂର୍ବରୁ ଆଦିବାସୀ ଚାଷୀଙ୍କୁ ଅଣଦେଖା କରାଯାଇଛି ତେଣୁ ଆଦିବାସୀ ନେତାଙ୍କୁ ସଭାପତି ପଦବୀ ଦେବାକୁ ବିଭିନ୍ନ ଆଦିବାସୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି। ୧୫ଟି ନିର୍ଦେଶକ ଆସନରୁ ୧୪ଟି ବିଜେଡିର ଥିବା ବେଳେ ପ୍ରତେକ ଜିଲ୍ଲାର ବିଧାୟକ ଓ ନେତାଙ୍କ ସହଯୋଗ ଓ ସମର୍ଥନରେ ଜିତିଛନ୍ତି। ତେଣୁ ସମସ୍ତଙ୍କ ନଜର ହାଇକମାଣ୍ଡ ଉପରେ ରହିଛି। ବର୍ତମାନ ଆଶାୟୀଙ୍କ ସମର୍ଥକ ସହ ଭୁବନେଶ୍ବରରେ ଡେରା ପକାଇଥିବା ଦେଖିବାକୁ ମିଳିଛି। ଏ ସମସ୍ତ ଆଶାୟୀଙ୍କ ଭିତରୁ ଗୋପୀ ପାଙ୍ଗିଙ୍କୁ ଛାଡି ସମସ୍ତେ ରାଜ୍ୟ ସରକାରଙ୍କ ଭଲ ପଦ ପଦବୀ ରହିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା ସମସ୍ତେ ଜାଣିଛନ୍ତି। ସବୁବେଳେ ସେମାନଙ୍କୁ ରାଜ୍ୟ ସରକାର ତଥା ହାଇକମାଣ୍ଡ ଅନୁକମ୍ପା ଦେଖାଉଥିବା ବେଳେ ଏଥର ଜଣେ ଆଦିବାସୀଙ୍କୁ ଅନୁକମ୍ପା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ୯ ତାରିଖ ପୂର୍ବରୁ ସଭାପତି ନାମ ଘୋଷଣା କରାଯିବ। ତେଣୁ ବିଜୁ ଜନତା ଦଳର ବର୍ତମାନ ଏହି ଆଶାୟୀ ନେତାଙ୍କୁ ନେଇ ସର୍ଭେ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଶାୟୀଙ୍କ ମଧ୍ୟରେ ଈଶ୍ୱର, ଇନ୍ଦିରା, ରମାକାନ୍ତ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଗୋପୀ ପାଙ୍ଗି ମାଲକାନଗିରିର। ଏବେ ଦେଖିବାକୁ ବାକି ରହିଲା ହାଇକମାଣ୍ଡ ଆଦିବାସୀଙ୍କୁ ଅନୁକମ୍ପା କରୁଛନ୍ତି ନା ଆଉ କାହାକୁ।

Leave A Reply

Your email address will not be published.