xmas

ଫୁଲବାଣୀରେ ଆଇନ ସେବା ଶିବିର

ଫୁଲବାଣୀ, ୦୬/୧୧: ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ରବିବାର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ ଶିତିକଣ୍ଠ ସାମଲ ଯୋଗ ଦେଇ ସରକାର ଗରିବ ଲୋକଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେଉଛନ୍ତି ଏହାର ସୁଯୋଗ ନେବାଲାଗି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଭିନୀତ ଅଗ୍ରୱାଲ, ବାର ଆସୋସିଏସନ ସଭାପତି ବିଜୟ ମହାନ୍ତି, ସମ୍ପାଦକ ଦୁର୍ଗାଶଙ୍କର ପଟନାୟକ ଯୋଗ ଦେଇ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ଶୃଷ୍ଟି କରିବାର ଆବଶ୍ୟକତା ଥିବା କହିଥିଲେ l ପ୍ରଚର ପ୍ରସାର ହେଲେ ଅଧିକ ଲୋକ ଉପକୃତ ହୋଇପାରନ୍ତେ ବୋଲି କହିଥିଲେ l ସେହିପରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାସ୍କର ଚନ୍ଦ୍ର ସାହୁ, ଜଜ ସନ୍ତୋଷ ନାୟକ, ପୋକସୋ କୋର୍ଟ ଏଡିଜେ ସଂଜିତ ବେହେରା, ଏଡିଜେ ସ୍ମୃତିରେଖା ବାରିକ, ସିଜେଏମ ସାଇକତ ପାତ୍ର, ରେଜିଷ୍ଟ୍ରାର ସିଏ ଦେଶପ୍ରିୟ ବାରିକ, ଡିଏଲଏସଏ ସଚିବ,ଶ୍ରୀମତୀ ଅନୁଶୀଳା ରାୟ, ଏସଡିଜେଏମ ଅର୍ଜିତ ଦାଶ, ଜେଏମଏଫସି ସୋମ୍ୟଶ୍ରୀ ମହାପାତ୍ର, ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ବହୁ ଆଇନ ବିଭାଗ କର୍ମଚାରୀ ସ୍ବେଛାସେବୀ ଯୋଗ ଦେଇଥିଲେ l ଏହି ଶିବିରରେ ଶହେ ଚାଳିଶ ଜଣ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା l ଡିଏଲଏସଏ ସଚିବ ଅନୁଶୀଳା ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.