xmas

ଜିଡୁବାଡି ଡାକ୍ତରଖାନାରେ ତାଲା ,ଆସୁନାହାନ୍ତି ଡାକ୍ତର

ରୋଗୀ ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ଫେରିଲେ
ଫୁଲବାଣୀ, ୦୬/୧୧:ଡାକ୍ତର ବାବୁ ଆସିଲେନି କି ଫାର୍ମାସିଷ୍ଟ ବାବୁ ମଧ୍ୟ ଆସିଲେନି । ଶେଷରେ ଘଣ୍ଟା ଘଣ୍ଟା ଡାକ୍ତରଖାନା ଦୁଆରେ ଅପେକ୍ଷା କରି କରି ନିରାଶ ହୋଇ ଫେରିଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଜିଜୁବାଡି ଡାକ୍ତରଖାନାରେ ଝିଅକୁ ଜ୍ଵର ହେବାରୁ ସକାଳୁ ସକାଳୁ ମା ରୁପଜିନି ପ୍ରଧାନ ୫ ବର୍ଷର ଝିଅକୁ ଧରି ଧାଇଁ ଆସିଥିଲେ ଗାଁରେ ଥିବା ଡାକ୍ତରଖାନାକୁ। ଡାକ୍ତର ଆସିବେ ଆଉ ଝିଅକୁ ଦେଖି ଔଷଧ ବି ଦେବେ ଏଭଳି କେତେକଣ ଭାବି ଅପେକ୍ଷା କଲେ ହେଲେ ଡାକ୍ତରବାବୁଙ୍କ ଦେଖା ମିଳିଲାନି। ସେହିପରି ଗ୍ରାମର ସଂଜୟ ପ୍ରଧାନ ମଧ୍ଯ ତାଙ୍କୁ ଜ୍ୱର ହେବାରୁ ଡାକ୍ତରଖାନା ନିଜେ ବହୁ କଷ୍ଟରେ ଚାଲି ଚାଲି ଆସିଥିଲେ। ରୁପଜିନି ଆଉ ସଂଜୟ କେବଳ ନୁହନ୍ତି ଆଖପାଖରୁ ୧୫ରୁ ୨୦ଜଣ ରୋଗୀ ରବିବାର ସକାଳେ ଅପେକ୍ଷା କରି କରି ଫେରିଥିବା ଅଭିଯୋଗ କରିଛନ୍ତି । ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ହାତ ପାଆନ୍ତାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଗ୍ରାମାଞ୍ଚଳରେ ଡାକ୍ତରଖାନାମାନ ଖୋଲିଛନ୍ତି । ଆଉ ଡାକ୍ତର ମଧ୍ୟ ନିଯୁକ୍ତି ଦେଉଛନ୍ତି । ଡାକ୍ତର ରହିବା ଲାଗି କ୍ୱାଟର ବ୍ୟବସ୍ଥା ମଧ୍ୟ ରହିଛି ହେଲେ ସେଠାରେ ରହନ୍ତିନି । ସହରରେ ରହି ଡାକ୍ତର ବାବୁମାନେ ନିଜ ମର୍ଜିରେ ଆସନ୍ତି ଆଉ ଯାଆନ୍ତି କୁଆଡେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ କଲେ ବି ସେମାନଙ୍କ କଥା ଶୁଣୁଛିବା କିଏ ? ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଲେବି ଫଳଶୁନ । କେବଳ ଏହି ଗୋଟିଏ ଡାକ୍ତରଖାନା ନୁହେଁ ଜିଲ୍ଲାର ଅନେକ ଡ଼ାକ୍ରରଖାନା ରହିଛି ସେଠାରେ ଡ଼ାକ୍ତର ରହନ୍ତିନି, ଇଚ୍ଛା ହେଲେ ଯାଆନ୍ତି । ସିଡିଏମଓଙ୍କୁ ଫୋନ କଲେ ମଧ୍ୟ ବାବୁ ଘରେ ସର୍ବଦା ଟଙ୍କା ନେଇ ରୋଗୀ ଦେଖିବାରେ ବ୍ୟସ୍ତ ଥିବା ଦେଖାଯାଉଛି । ଏଣୁ ସ୍ଵାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.