xmas

ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ଅନାଥ ଭାଇ ଭଉଣୀ

ଫୁଲବାଣୀ, ୦୭/୧୧: ପାଠ ପଢିବାକୁ ଭାରି ଇଛା ହେଲେ ଅର୍ଥ ସାଜିଛି ବାଧକ l ଫଳରେ ପାଠରେ ଡୋରି ବାନ୍ଧି ବସିଛନ୍ତି ଦୁଇ ଅନାଥ ଭାଇ ଭଉଣୀ l ଏ ଦୁହେଁ ହେଲେ ଫୁଲବାଣୀ ବ୍ଲକର କେରେଡ଼ି ପଞ୍ଚାୟତର କାମ୍ବାଗୁଡା ଗ୍ରାମର ବାବୁନା ଓ ଭଉଣୀ ଝୁମୁକା l ଏମାନେ ଛୋଟ ହୋଇଥିଲେ ପ୍ରଥମେ ବାପା ଓ ପରେ ମା ଆଗପଛ ହୋଇ ଚାଲିଗଲେ l ଜେଜେ ମା ପାଖରେ ଯେନତେନ ପ୍ରକାରେ ରହିଆସୁଥିଲେ l ହଷ୍ଟେଲରେ ରହି ମାଟ୍ରିକ ଯାଏ ପାଠ ପଢୁଥିଲେ l ପାସ ପରେ କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ୨ ପାସ କରିବା ପରେ ଯୁକ୍ତ ୩ ପଢୁଥିଲେ ହେଲେ ଅର୍ଥାଭାବ ଯୋଗୁଁ ଅଧାରୁ ପାଠ ଛାଡି ଦେଇଛନ୍ତି ଭଉଣୀ ଝୁମୁକା l ସେହିପରି ଭାଇ ବାବୁନା ଫୁଲବାଣୀ ଆଇଟିଆଇରେ ପଢୁଥିଲେ ସେ ମଧ୍ୟ ଅର୍ଥ ଅଭାବରୁ ପରିକ୍ଷା ଦେଇ ପାରିନାହାନ୍ତି l ମୁଲ ଲାଗି ଚଳୁଛନ୍ତି ଆଉ ପୁରୁଣା ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଂଜିଛନ୍ତି l ସରକାରଙ୍କ ଦୟାରୁ ଚାଉଳ ୩୫ କେଜି ଚାଉଳ ମିଳୁଛି ବୋଲି ଝୁମୁକା କହିଛନ୍ତି l ତେବେ ସେମାନେ ପାଠ ପଢିବାକୁ ଚାହୁଁଛନ୍ତି l କେହି ବଦାନ୍ୟ ବ୍ୟକ୍ତି ବିଶେଷ କିମ୍ବା ପ୍ରଶାସନ ସହାୟତା ଯୋଗାଇ ଦେଲେ ପାଠ ପଢ଼ିଥାନ୍ତେ ବୋଲି କହିଛନ୍ତି l

Leave A Reply

Your email address will not be published.