xmas

ବରଗଡ଼ ଧନୁଯାତ୍ରା କଳାକାର ଚୟନ ଆରମ୍ଭ

ବରଗଡ/ ତା ୦୭.୧୧.୨୦୨୨: ଆଜି ବରଗଡ ଧନୁଯାତ୍ରା ମହୋତ୍ସବ ସମିତି ୨୦୨୨-୨୩ ନିମିତ୍ତ କଳାକାର ଚୟନ ପ୍ରକିୟା ସ୍ଥାନୀୟ ବିଜୁ ପଟନାୟକ ଟାଉନ ହଲ ଠାରେ ଆରମ୍ବ ହୋଇଛି । ଆଜି ବରଗଡ ଅତିରିକ୍ତ ଜିଲ୍ଲାପାଳ ତଥା କଳାକାର ଚୟନ କମିଟି ଆବାହକ, ଶ୍ରୀ ମିର୍ଦ୍ଧା ଟପ୍ପୋ ଏବଂ ବରଗଡ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ, ଶ୍ରୀ ସୁରେଶ୍ଵରଃ ଶତପଥି ଏହାର ଶୁଭ ଉଦଘାଟନ କରି ଚୟନ ପ୍ରକିୟାରେ ଭାଗ ନେବା ପାଇଁ ଆସିଥିବା ବିଭିନ୍ନ କଳାକାରଙ୍କୁ ସ୍ୱାଗତ କରିଥିଲେ । ଆଜି ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଓ ସେନାପତି ଏହି ପାଞ୍ଚୋଟି ଚରିତ୍ର ପାଇଁ ଚୟନ ପ୍ରକିୟା ହୋଇଥିଲା । ଉଗ୍ରସେନ ଚରିତ୍ର ପାଇଁ ୭ ଜଣ ଆବେଦନ କରିଥିବା ବେଳେ ୬ ଜଣ, ବସୁଦେବ ପାଇଁ ୧୯ ଜଣ ପ୍ରାଥୀ ଆବେଦନ କରିବା ବେଳେ ୧୪ ଜଣ, ଦେବକୀ ପାଇଁ ୭ ଜଣରୁ ୪ ଜଣ, ସେନାପତି ପାଇଁ ୩୭ ଜଣରୁ ୨୪ ଜଣ, ନାରଦ ପାଇଁ ୧୪ ଜଣରୁ ୭ଜଣ ପ୍ରାଥୀ ଉପସ୍ଥିତ ରହି ଚୟନ ପ୍ରକିୟାରେ ଭାଗ ନେଇଥିଲେ । ଆସନ୍ତା ୯ ତାରିଖରେ ଚାଣୁର, ମୁଷ୍ଟିକ, ମହାମନ୍ତ୍ରୀ, ଅକ୍ରୁର ଓ ସାତ୍ୟକି ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ୧୦ ତାରିଖରେ କଂସ ଚରିତ୍ରର ଚୟନ ପ୍ରକିୟା ଅନୁଷ୍ଠିତ ହେବ । ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ ଡ଼. ପ୍ରଦୀପ ମଝି, କଳାହାଣ୍ଡି, ଜମାଳ ଖାଁ, ବଲାଙ୍ଗୀର, ବ୍ରଜେନ୍ଦ୍ର ନାୟକ, ସମ୍ବଲପୁର, ହେମନ୍ତ ମହାପାତ୍ର, ଦେବଗଡ, ଲିଟୁ ମହାନ୍ତି, ବରଗଡ, ଶିବଲଳ ସାଗର, ବିଜେପୁର, ଅଶୋକ ବହିଦାର, ପଦ୍ମପୁର ଯୋଗ ଦେଇଥିଲେ ।

Leave A Reply

Your email address will not be published.