କୋଟପାଡ: ଆଜି ଆଇପିଏଲ ଭଳି କେପିଲ କୋଟପାଡ ଭୈରବ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି । ଏହା ଦୀର୍ଘ ୧୫ ଦିନ ଧରି ଲିଗ୍ ଚାଲିବ ପୁରା ଆଇପିଏଲ ଢଙ୍ଗରେ ଏହାର ପ୍ରସ୍ତୁତି ହୋଇଛି । ପ୍ରଥମେ କୋଟପାଡ ଗାନ୍ଧୀ ଛକରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଆତସବାଜିରେ ସହର ପ୍ରକମ୍ପିତ ହୋଇଥିଲା । ଏଥିରେ ୮ଟି ଟିମ୍ର ସମସ୍ତ ଖେଳାଲୀ ଏବଂ ନିମନ୍ତ୍ରିତ ଅତିଥି ମାନେ ସହର ପରିକ୍ରମା କରିଥିଲେ ତାପରେ ଅତିଥି ମାନଙ୍କ ଉପସ୍ଥିତିରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଖେଳ ଆରମ୍ଭ ହୋଇଥିଲା । ଏଥିରେ ବିଜୟୀ ଦଳକୁ ୫୫୦୦୦/ ଏବଂ ରନରସ ଦଳକୁ ୩୩୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ପ୍ରତିଦିନ ମ୍ୟାନ ଅଫ ଦି ମ୍ୟାଚ୍ , ବେଷ୍ଟ ସିକ୍ସର, ବେଷ୍ଟ ସ୍କୋରର, ମ୍ୟାନ ଅଫ ଦି ସିରିଜ୍ ପ୍ରଦାନ କରାଯିବ । ଆଜିର ଉଦଘାଟନ ସମାରୋହର ଅତିଥି ମାନେ ନଗର ପାଳ ଏମ ଶଙ୍କର ରାଓ, ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ପ୍ରେସ କ୍ଲବ ସଭାପତି ପଙ୍କଜ ପାତ୍ର, ବାଣିଜ୍ୟ ସଂଘ୍ ସଭାପତି ଗଣେଶ ପଣ୍ଡା, ପୂର୍ବତନ ଖେଳାଳି ରମା ବିଶ୍ଵାଳ, ବିଜୟ ତ୍ରିପାଠୀ, ହେମନ୍ତ ଦଳେଇ, ଏମ ଡି ଅଶିଫ, ଶଙ୍କର ପଣ୍ଡା, ଆରିଫ ପଟେଲ, ଶିତାନଥ ବିଶ୍ଵାଳ, ଯୁବ କାଉନସିଲର ଟିକୁ ବିଶୋଇ, ଶୟଦ୍ ୟୁସୁଫ, ସଲମା ବେଗମ ପ୍ରମୁଖ ଉପସ୍ଥିତ ଥିଲେ । ଧାରା ବିବରଣୀ ଏମ ଡି ଆସୁ ପ୍ରଦାନ କରୁଥିଲେ । ଅମ୍ପାୟର ଜୟପୁରରୁ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ। ଆଜିର ମ୍ୟାଚ୍ରେ ପ୍ରାୟ ୧୦୦୦୦ ଲୋକଙ୍କ ସମାଗମ ହୋଇଥିଲା ।
![](https://gaonrusahar.com/wp-content/uploads/2022/11/WhatsApp-Image-2022-11-10-at-8.20.39-PM-1024x768.jpeg)
![](https://gaonrusahar.com/wp-content/uploads/2022/11/WhatsApp-Image-2022-11-10-at-8.22.42-PM-1024x768.jpeg)