xmas

କେରଳରେ ଦାଦନର ଦୁଃଖଦ ମୃତ୍ୟୁ

ଫୁଲବାଣୀ, ୧୦/୧୧: ଦୁଇ ପଇସା ଅଧିକା ରୋଜଗାର କରିବ l ପିଲାମାନଙ୍କୁ ଭଲରେ ଦୁଇ ଅକ୍ଷର ପାଠ ପଢ଼ାଇବା ସହ ପରିବାର ଭଲରେ ଚଳିବେ ବୋଲି ଅନେକ ଆଶା ଓ ସ୍ବପ୍ନ ନେଇ ଭିଟାମାଟି ଛାଡି ସୁଦୂର କେରଳ ଯାଇ ସେଠାରେ ଦାଦନ ଖଟୁଥିଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳର ବୟାଳିଶ ବର୍ଷୀୟ ସୁରେଶ ନାୟକ l ହେଲେ ଦୁଇଦିନ ତଳେ ହଠାତ ସୁରେଶଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇବା ପରେ ପରିବାରରେ ଦୁଃଖର ଛାୟା ଖେଳିଯାଇଥିଲା l ପରିବାର ଲୋକେ ସହଜରେ ସୁରେଶଙ୍କ ଅକାଳ ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି l ସବୁ ଆଶା ଓ ଆକାଂକ୍ଷା କ୍ଷଣିକ ମଧ୍ୟରେ ଚୁରମାର ହୋଇଯାଇଥିଲା l.ସୁରେଶଙ୍କ ମୃତ୍ୟୁ କାହିଁକି ଓ କିପରି ହେଲା ଜଣାପଡ଼ିନି l ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କୁହାଯାଉଛି l ଏବେ ତାଙ୍କ ମୃତ ଦେହ କିପରି ଆସିବ ସେନେଇ ଚିନ୍ତାରେ ପରିବାର ଓ ଗ୍ରାମବାସୀ l ସୁଦୂର କେରଳରୁ ପୁଅର ମୃତଦେହ ଆଣିବା ଲାଗି ପରିବାର ପାଖରେ ସମ୍ବଳ ନାହିଁ l ଜିଲ୍ଲା ପ୍ରଶାସନ ସୁରେଶଙ୍କ ମୃତଦେହ ଗାଁକୁ ଆଣିବା ଲାଗି ଗ୍ରାମବାସୀ ଓ ପରିବାର ଲୋକେ ନିବେଦନ କରିଛନ୍ତି l ଏଥି ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ନିବେଦନ କରିଛନ୍ତି l

Leave A Reply

Your email address will not be published.