ଯୌତୁକ ନିର୍ଯ୍ୟାତନା: ଶାଶୁ କାଟିଦେଲା ବୋହୁର ହାତ ଆଙ୍ଗୁଠି

ଫୁଲବାଣୀ, ୧୩/୧୧: ଯୌତୁକ ପାଇଁ ଶାଶୁ ବୋହୁର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ କରିଦେଲା ଅଲଗା । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପିଡୀତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ ଭଲ ପାଇ କୃତିବାସ ବେହେରାଙ୍କୁ ବିବାହ କରିଥିଲେ l ଯୌତୁକ ଦାବୀ କରି ବାରମ୍ବାର ସ୍ଵାମୀ ଓ ଶାଶୁ ମିଶି ଝୁଲଣାକୁ ନିର୍ଯ୍ୟାତନା ଦେଇ ଆସୁଥିଲେ l ପରିଶେଷରେ ଆଜି ସ୍ବାମୀ ଓ ଶାଶୁ ରେବତୀ ବେହେରା ଜୀବନରେ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ଝୁଲଣାର ବାମ ହାତର ବିଶି ଆଙ୍ଗୁଠିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି l ଗୁରୁତର ଅବସ୍ଥାରେ ଝୁଲଣାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଛି l ସ୍ଵାମୀ କୃତିବାସ ଓ ଶାଶୁକୁ କୋଠର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ପିଡୀତା ଝୁଲଣା l ସଦର ପୋଲିସ ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.