ଦାବି ପୂରଣ ନେଇ ଅମଲା ସଂଘର ସ୍ମାରକ ପତ୍ର

ଫୁଲବାଣୀ, ୧୫/୧୧: ମଙ୍ଗଳବାର ଜିଲ୍ଲାସ୍ତରୀୟ ଅମଲା ସଂଘ ପକ୍ଷରୁ ଜିଲାପାଳ କନ୍ଧମାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆ ଯାଇଛି l ୨୦୧୭ ମସିହାରେ ସରକାର ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଶିକ୍ଷ୍ୟାଗତ ଯୋଗ୍ୟତା ସ୍ନାତକଡିଗ୍ରୀ ସହିତ କମ୍ପ୍ୟୁଟର ଦକ୍ଷ୍ୟତାକୁ ବୃଦ୍ଧି କଲେ କିନ୍ତୁ ସଂଶୋଧିତ ନିୟମ ଅନୁଯାୟୀ ଜିଲ୍ଲାସ୍ତରୀୟ ଅମଲାଙ୍କ ଆଜି ପର୍ଯ୍ୟନ୍ତ ସେହି ହାରରେ ଦରମା ସଂଶୋଧନ କରିନାହାନ୍ତି l ଅମଲା ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି କରିଛି | ରାଜ୍ୟ ଅମଲା ସଂଘ ଏହି ବାବଦରେ ବହୁ ପୂର୍ବରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଆସିଛି ,କିନ୍ତୁ ଏ ଯାବତ ଆଶାନୁରୂପ ଫଳ ମିଳିପାରିନାହିଁ । ଏହି ବାବଦରେ ଗତ ୩୦.୧୦.୨୦୨୨ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡ଼ିଶା ଅମଲା ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀଣୀ ବୈଠକର ଆୟୋଜିତ ହୋଇଥିଲା ଏବଂ ଏହି ବୈଠକରେ ନଭେମ୍ବର ୨୭ ତାରିଖରେ ଭୁବନେଶ୍ବର ଠାରେ ବିଶାଳ ଅମଲା ସମାବେଶ କରାଯିବ ନେଇ ନିଷ୍ପତି ହୋଇଥିଲା । ଆନ୍ଦୋଳନକୁ ଯିବା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଅମଲା ସଂଘର ସମସ୍ତ ଜିଲ୍ଲା ଶାଖା ତରଫରୁ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକଙ୍କ ଦରମା ୧୯୦୦ ଗ୍ରେଡ଼ ପେ ରୁ ୪୨୦୦ ଗ୍ରେଡ଼ ପେ (Level-9) କୁ ବୃଦ୍ଧି ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ନିମନ୍ତେ ନିଷ୍ପତି ଗ୍ରହଣ କରଯାଇଥିଲା | ଏଣୁ ଗତ ୩୦.୧୦.୨୦୨୨ ତାରିଖରେ ରାଜ୍ୟ ସଂଘର ନିଷ୍ପତି ମୁତାବକ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ମଧ୍ୟ ଏକ ସ୍ମାରକ ପତ୍ର ଜିଲ୍ଲା ସଭାପତି ଦେବେନ୍ଦ୍ର ନାଥ ପାତ୍ରଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି | ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ବାରିକ, ସହ ସମ୍ପାଦକ ସରୋଜ କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରାୟ ୬୦ ଜଣ କର୍ମଚାରୀ ଯୋଗ ଦେଇଥିଲେ ଯଦି ଇତି ମଧ୍ୟରେ ସରକାର ଅମଲା ସଂହାର ଦାବି ପୂରଣ ନକରନ୍ତି ତେବେ ରାଜ୍ୟ ସଂଘର ଡାକରାକ୍ରମେ ଆସନ୍ତା ୨୭.୧୧.୨୦୨୨ ତାରିଖ ଦିନ ସମଗ୍ର ଓଡ଼ିଶାର ଅମଲା ରାଜରାସ୍ତାକୁ ଓହ୍ଲାଇବା ସହିତ ଭୁବନେଶ୍ୱର ଲୋକସେବା ଭବନ ସାମ୍ନାରେ ବିଶାଳ ଗର୍ଜନ ସମାବେଶ କରିବେ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ଅଶୋକ କୁମାର ଗଉଡ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.