ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଉଦଘାଟିତ

କୋଟପାଡ: ଆଜି କୋରାପୁଟ ଜିଲ୍ଲା କୋଟପାଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ଉଦଘାଟିତ ହୋଇଯାଇଛି । କୋଟପାଡ ଗୋଷ୍ଠୀ କେନ୍ଦ୍ରର ଭାର ପ୍ରାପ୍ତ ଅଧିକାରୀ ଡକ୍ଟର ସାରଥୀ ପ୍ରସାଦ ମୁନି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଟପାଡ ବ୍ଲକ୍ର ୧୦ ଜଣ ଟିବି ରୋଗୀ ଗ୍ରାମ୍ୟ ବିକାଶ ସଂଗଠନ ପକ୍ଷରୁ ମାଗଣା ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇଥିଲା। କୋଟପାଡ ବ୍ଲକ୍ ଗ୍ରାମ୍ୟ ବିକାଶ ସଂଗଠନ ୬ ମାସ ପର୍ଯ୍ୟନ୍ତ ଟିବି ରୋଗୀକୁ ମାଗଣା ପୁଷ୍ଟିକର ଖାଦ୍ୟ ଯୋଗାଇବା ଦାୟିତ୍ଵ ନେଇଅଛି। ସମୟ ସୀମା ୩ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହେଲେ ମଧ୍ୟ ଗ୍ରାମ୍ୟ ବିକାଶ ସଂଗଠନ ମାସିକ ପୁଷ୍ଟିକର ଖାଦ୍ୟ ଯୋଗାଇବ ବୋଲି ସଂଗଠନର ମୁଖ୍ୟ ଈଶ୍ୱର ପ୍ରସାଦ ସାବତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କୋଟପାଡ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ସମୀର କୁମାର ତ୍ରିପାଠୀ, ପିଏଚଇଓ ନରସିଂହ ସାହୁ ଓ ଏସଟିଏସ ସ୍ନିଗ୍ଧାରାନୀ ମିଶ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.