xmas

ସୋଆ ଏନ୍‌ସିସି ଛାତ୍ରଛାତୀମାନଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, ୧୭/୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଏହି ଶିବିରକୁ କଟକ ଏନ୍‌ସିସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍‌ଘାଟନ କରିଥିଲେ ।

ଏହି ଶିବିରରେ ସୋଆ ଏନ୍‌ସିସି କ୍ୟାଡେଟ୍ ମାନଙ୍କ ସମେତ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ମୋଟ୍ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ଏହି ଶିବିରରେ ଆଇଟିଇଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଏନ୍‌ସିସିର ପ୍ରଫେସର ଇନ୍‌ଚାର୍ଜ ଡକ୍ଟର ସତୀଶ କୁମାର ସାମଲ, ଏନ୍‌ସିସି ବାଳିକା ୟୁନିଟ୍‌ର କେୟାର୍ ଟେକର୍ ଅଫିସର୍ (ସିଟିଓ) ଡକ୍ଟର ରିମା ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.