xmas

ଗଣମାଧ୍ୟମ ନିର୍ଭୀକ ଓ ନିରପେକ୍ଷ ହେବା ଉଚିତ

ମାଲକାନଗିରି,୧୭/୧୧: ମାଲକାନଗିରି ଜିଲ୍ଲା ଏମୟୁଜେ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନିଜସ୍ବ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲା ସଭାପତି ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଏସପି ବଳଭଦ୍ର ଦୀପ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି, ସାଧାରଣ ସଂପାଦକ ପ୍ରେମେନ୍ଦ୍ର ପରିଛା, ଉପସଭାପତି ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସଭାପତି ସାମ୍ବାଦିକମାନଙ୍କ ଦାୟୀତ୍ବ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରଶାସନ ସହ ସର୍ବଦା ଗଣମାଧ୍ୟମ ସହଯୋଗ କରିଆସୁଥିବା କହିଥିଲେ। ସମାଜର ବିକାଶ ଏବଂ ମାଲକାନଗିରି ଜିଲ୍ଲାର ବିକାଶରେ ଗଣମାଧ୍ୟର ଭୁମିକା ଗୁରୁତ୍ବପୂର୍ଣ୍ଣ ରହିଥିବା କୁହାଯାଇଥିଲା। ସେହିପରି ଶ୍ରୀ ଦୀପ ପୁଲିସ ସହ ଗଣମାଧ୍ୟମର ନଖ ମାଂସର ସଂପର୍କକୁ ଆହୁରି ବିସ୍ତୃତ ଭାବେ ବୁଝାଇଥିଲେ। ସେହିପରି ସାଧାରଣ ସଂପାଦକ ଶ୍ରୀ ପରିଛା ସାମ୍ବାଦିକମାନଙ୍କୁ କିପରି ବ୍ୟବହାର କରାଯାଉଛି ସେନେଇ ନିଜ ମତ ରଖିଥିଲେ। ଆସନ୍ତା ଡିସେମ୍ବରରେ ଏମୟୁଜେ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ସଂପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋପୀ କୃଷ୍ଣ ପଟ୍ଟନାୟକ, ଯିତେନ୍ଦ୍ର ବେଉରା, ବିକ୍ରମ ପାଢୀ, ପ୍ରସାଦ ନାୟକ, ଦେବବ୍ରତ ସାନା, ରତ୍ନାକର ପ୍ରଧାନ, ଦିନବନ୍ଧୁ ନାୟକ, ଦୁଃଶାସନ ମହାପାତ୍ର, ଇଶ୍ବର ରାଓ, ମୁନ୍ନା ନେତମ, କାମରାଜ ଜେନା, ଶିବ କିର୍ତ୍ତନିଆ, ଜଗନ୍ନାଥ ମାଝି, ବିକ୍ରମ ପାତ୍ର, ପ୍ରଶାନ୍ତ ବିହାରି, ପ୍ରକାଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.