xmas

ଧାନ ଖଳା ଜଳିଗଲା

ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତଗର୍ତ ଟନେଲକ୍ୟାମ୍ପ ପଞ୍ଚାୟତ ପରିଜାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର କିଛି ପିଲା ଗ୍ରାମ ନିକଟସ୍ଥ ନାଳରୁ ମାଛ ମାରି ଆଣି ଧାନ ଖଳା ନିକଟରେ ଭୋଜି କରୁଥିଲେ ହଠାତ ନିଆଁ ଝୁଲ ପଡି ଗୋଟିଏ ଧାନ ଗଦାରେ ନିଆଁ ଲାଗିଥିଲା । ପିଲା ମାନେ ଭୟଭୀତ ହୋଇ ନିଆଁକୁ ଆୟତ୍ତ କରି ନପାରି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ନିଆଁ ଗୋଟିଏ ପରେ ଗୋଟିଏ ଗଦା ଲେଖାଏଁ ସାତ ଗଦାରେ ଲାଗି ଯାଇଥିଲା ଗାଁ ଲୋକ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ପାଣି ପକାଇ ନିଆଁ କୁ ଆୟତ୍ତ କରିଥିଲେ । ଚାଷୀଙ୍କର ବହୁ ପରିମାଣରେ ଧାନ ଖଳାରେ ହିଁ ଧାନ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.