ସମ୍ମମ୍ ରେ ପେରି ଅପରେଟିଭ୍ ନର୍ସିଂ ସପ୍ତାହ ପାଳିତ

ଭୁବନେଶ୍ୱର, ୧୯/୧୧ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ \”\”ପେରି ଅପରେଟିଭ୍ ନର୍ସିଂ ସପ୍ତାହ\’\’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି । ଅପରେସନ୍ ଥିଏଟର ମଧ୍ୟରେ ରୋଗୀ ମାନଙ୍କୁ ଚିକିତ୍ସା ଏବଂ ସେବା କ୍ଷେତ୍ରରେ ପ୍ରୋତ୍ସାହନ, ସଚେତନ ଏବଂ ଅଧିକ ପ୍ରଶିକ୍ଷିତ କରିବା ଲକ୍ଷରେ ପ୍ରତ୍ୟେକ ବର୍ଷ ନଭେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରଯାଇଥାଏ । ଏହି ପରିପ୍ରେକ୍ଷିରେ ସମ୍ମମ୍‌ରେ ମଧ୍ୟ ଏହା ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତୀ ଏନ.ଆୟଶା ବକ୍ତବ୍ୟ ରଖି ଚଳିତ ବର୍ଷର ପ୍ରସଙ୍ଗ “ସେଫ୍ ସର୍ଜରୀ ଟୁଗେଦର” ଅର୍ଥାତ୍ ଏକତ୍ରିତ ଭାବେ ସୁରକ୍ଷିତ ଅପରେସନର ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅପରେସନ ପୂର୍ବରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଉପଯୁକ୍ତ ଭାବେ ବୁଝାଇବା ସହ ଅପରେସନ ନିମନ୍ତେ ଉଭୟ ମାନସିକ ଓ ଡାକ୍ତରୀ ସ୍ତରରେ ପ୍ରସ୍ତୁତ କରିବା ଦିଗରେ ମତ ଦେଇଥିଲେ ।

ଅପରେସନ ଥିଏଟରରେ କିଭଳି ଭାବରେ ରୋଗୀଙ୍କୁ ସଠିକ୍ ଔଷଧ ଦିଆଯିବ ଏବଂ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ସମ୍ମମ୍‌ର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର, ଇନଫେକ୍ସନ କଂଟ୍ରୋଲ୍ ବିଭାଗର ଅଧ୍ୟକ୍ଷ ଡାକ୍ତର ପି.କେ. ପଣ୍ଡା ଓ ନର୍ସିଂ ଇନଚାର୍ଜ ପୂଜା ସାମଲଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଡାକ୍ତର, କାର୍ଯ୍ୟକର୍ତା ଓ ନର୍ସିଂ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ କେକ୍ କଟିଂ କରାଯାଇ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରଯାଇଥିଲା ।

Leave A Reply

Your email address will not be published.