ଫୁଲବାଣୀ ପୂର୍ତ୍ତ ବିଭାଗ ଦ୍ୱାରା ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତାନିର୍ମାଣ, ଗ୍ରାମବାସୀ ଖୁସ

ଫୁଲବାଣୀ, ୨୧/୧୧: ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷ କରି ଫୁଲବାଣୀ ପୂର୍ତ୍ତ ବିଭାଗ ଡିଭିଜନ ପକ୍ଷରୁ ଏବେ ଫୁଲବାଣୀ ସହର ନିକଟବର୍ତ୍ତୀ ସର୍ତ୍ତାଗୁଡା ଛକରୁ ମିଣି ଆକାଠିଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା କାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ ରାସ୍ତା ଜୀବନକୁ ବାଜି ଲଗାଇ ନଦୀ ନାଳପାର ହୋଇ ଗାଁକୁ ଯା ଆସ କରୁଥିଲେ। ସାଇକଲ କିମ୍ବା ମୋଟରସାଇକଲରେ ଯିବା ଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲ। । ଚାରି ଚକିଆ କଥା ନକହିବା ଭଲ l ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଗାଁକୁ ଆସିପାରୁନଥିଲ। ଫଳରେ ଲୋକେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦେହ ଖରାପ ହେଲେ ରୋଗୀକୁ ଖଟିଆରେ ବୋହି ମାଇଲ ମାଇଲ ବାଟ ବୋହି ଆଣିବାକୁ ପଡୁଥିଲା l ସ୍ଥାୟୀ ରାସ୍ତା ପାଇଁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ଦାବି କରି ଆସୁଥିଲେ l ଏପରିକି ବିଭିନ୍ନ ସମୟରେ ରା଼ଲ୍ଲୀ ଓ ଭୋଟ ବର୍ଜନ ବି କରିଥିଲେ ତଥାପି ମଧ୍ୟ ଅର୍ଥ ଅନୁଦାନ ଅଭାବରୁ ରାସ୍ତାକାମ ହୋଇ ପାରୁନଥିଲା। ତେବେ ବର୍ତ୍ତମାନର ପୂର୍ତ୍ତ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସାମନ୍ତରାୟ ଓ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା, ଆନ୍ତରୀକ ଉଦ୍ୟମ ଯୋଗୁଁ ଦୁର୍ଗମ ଅଞ୍ଚଳ ମିଣିଆକାଠିକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଫଳରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ଗମନାଗମନର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ କହିଛନ୍ତି l ପ୍ରାୟ ୧୮ କିଲୋମିଟର ବ୍ୟାପୀ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପାଇଁ ୧୫ କୋଟି ୯୦ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟ ବରାଦ ରହିଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ କହିଛନ୍ତି l ସେହିପରି ଅଭିଜ୍ଞ ତଥା ବରିଷ୍ଟ ଠିକାଦାର ଏହି କାର୍ଯ୍ୟ କରୁଛନ୍ତି l ଏହି ରାସ୍ତା କାର୍ଯ୍ୟ ଅତି ଶିଘ୍ର ସାରିବା ଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି l ଏହି ରାସ୍ତା ହେଲେ ଫୁଲବାଣୀ, ସର୍ତ୍ତାଗୁଡା, ଗୁମି, ତାଡପଙ୍ଗା, ସୁଦୁବାଲି, ମିଣିଆକାଠି ଆଦି ଗ୍ରାମର ହଜାରେରୁ ଉର୍ଧ୍ଵ ଲୋକେ ସ୍ଥାୟୀ ଗମନାଗମନର ସୁବିଧା ପାଇବେ ବୋଲି ଜଣାପଡ଼ିଛି l ଏହି ରାସ୍ତା କାର୍ଯ୍ୟକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି l ଏହି ରାସ୍ତା କାମ ଯେପରି ବର୍ଷକ ମଧ୍ୟରେ ସରିବ ସେଥିପାଇଁ ଦୃଷ୍ଟି ଦେବା ଲାଗି ଠିକାଦାର ଓ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି l

Leave A Reply

Your email address will not be published.