xmas

ସ୍ତ୍ରୀ ହତ୍ୟାକାରୀ ସ୍ଵାମୀ ଗିରଫ: ହତ୍ୟାରେ ବ୍ୟବହୃତ କଇଁଚି ଜବତ

ଖୁଣ୍ଟା: ସାତ ଯନ୍ମ ସୁରକ୍ଷା ଦେବେ ପ୍ରତିଶୃତି ଦେଇ ପ୍ରେମ ବିବାହ କରିଥିଲେ । ମାତ୍ର ଗୋଟିଏ ଜନ୍ମରେ ହିଁ ହାତ୍ୟାକାରି ସାଜିଲେ ଖୋଦ ସ୍ଵାମୀ କ୍ରଧର ବସବର୍ତ୍ତୀ ହୋଇ ନିର୍ମମ ଭାବେ ହତ୍ୟା କଲେ ସ୍ତ୍ରୀକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ । ଏବଂ ହତ୍ୟାକାରୀ ସ୍ଵାମୀଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ ଯେ , ଖୁଣ୍ଟା ଥାନା ଅଧିନ ବଡ଼ପଥରା ପଞ୍ଚାୟତ ହିଞ୍ଜଳଗଡ଼ିଆ ଗ୍ରାମର ସହାଗୀ ମୁର୍ମୁ (୨୮) ଗତ ୨୦୧୮ ମସିହାରେ ଖୁଣ୍ଟା ବ୍ଳକ ତଥା ଉଦଳା ଥାନା ଅଧିନସ୍ଥ ବିସିପୁର ପଞ୍ଚାୟତର କଣ୍ଠସାହି ଗ୍ରାମର ମଧୁସୁଧନ ମୁର୍ମୁକୁ ଭଲ ବିବାହ କରିଥିଲେ । ଗତ ସପ୍ତାହେ ପୂର୍ବରୁ ସ୍ଵାମୀ ମଧୁସୁଧନ ତାଙ୍କର ପତ୍ନୀ ସହାଗୀଙ୍କ ସହିତ ଶଶୁର ଘର ହିଞ୍ଜଳଗଡ଼ିଆ ଗ୍ରାମକୁ ବୁଲି ଆସିଥିଲେ । ମାତ୍ର ସୋମବାର ରାତ୍ରିରେ ଉଭୟ ସ୍ଵାମୀ, ସ୍ତ୍ରୀ ଏକ କୋଠରୀରେ ଶୋଇଥିବା ବେଳେ ଝିଅ ସହାଗୀର ଚିତ୍କାର ଶୁଣିବାକୁ ପାଇଥିଲେ ପରିବାର ଲୋକେ । ଏବଂ କୋଠରୀର କବାଟ ଖୋଲିବାକୁ ପ୍ରୟାସ କରିଥିଲେ ହେଁ , ଭିତର ପଟୁ ବନ୍ଦ ଥିବା ଜାଣି ଘରର ଝରକା ଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଜ୍ଜାଇଁ ମଧୁସୁଦନ ହାତରେ ଧରିଥିବା କଇଁଚି ସାହାଯ୍ୟରେ ସହାଗୀଙ୍କ ଛାତି, ପିଠି, ହାତ ଜଙ୍ଗକୁ ଭୁଷିଥିବା ଏବଂ ହାତରେ କଇଁଚିକୁ ଧରି ଗୃହ ମଧ୍ୟରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ବିଳମ୍ବିତ ରାତିରେ ରକ୍ତାକ୍ତ ଅବସ୍ଥାରେ ମହାଗୀଙ୍କୁ ପରିବାର ଲୋକେ ଡ଼ୁକୁରା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ସୁଚନା ପାଇ ବିଳମ୍ବିତ ରାତ୍ରିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା । ଏବଂ ମଙ୍ଗଳବାର ଖୁଣ୍ଟା ଥାନା ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜଙ୍କ ସମେତ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଥିଲେ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ଏହି ଅମାନୁସିକ ହତ୍ୟାକାଣ୍ଡ ଭିଆଇଥିବା ଜଣାପଡ଼ିଥିଲା । ଏବଂ ଅଭିଯୁକ୍ତ ସ୍ଵାମୀ ମଧୁସୁଧନଙ୍କୁ ଗିରଫ କରିବା ସହିତ ଏହି ହତ୍ୟାକାଣ୍ଡରେ ବ୍ୟବହୃତ କଇଁଚି ଜବତ କରିଛି ପୋଲିସ । ମୃତକର ଭାଇଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ଥାନାରେ କେସ ନମ୍ବର ୩୨୮ / ୨୨ ରେ ଏକ ହତ୍ୟା ମାମଲା ରୁଜ କରାଯାଇ ଥିବା ବେଳେ ବୁଧବାର ଗିରଫ ଅଭିଯୁକ୍ତ ସ୍ଵାମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଉକ୍ତ କେସର ତଦନ୍ତକାରୀ ଅଧିକାରୀ ଆଇଆଇସି ମିଞ୍ଜ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.