କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ମାରାଥନ ପ୍ରଚାର

ବିଜେଡି ,ବିଜେପିର ଟଙ୍କା ନୁହଁ ତାଙ୍କର ଜନ ସମ୍ପର୍କ ଓ ଅଞ୍ଚଳର ବିକାଶରେ ଅବଦାନ ତାଙ୍କ


ବରଗଡ / ପଦ୍ମପୁର : ଇତି ମଧ୍ୟରେ ପଦ୍ମପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସତ୍ୟ ଭୂଷଣ ସାହୁ ନିଜର ପ୍ରଚାରକୁ ଜୋରଦାର କରିବା ସହ ଘରକୁ ଘର ଯାଇ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି। ଆଜି ସେ ନିର୍ବାଚନ ମଣ୍ଡଳୀର ଅମଠୀ, ତୁମୁରିପାଣି, ସଂକ୍ରୀ, ପୁଟକିଡୁଙ୍ଗୁରୀ, ସାଳଢି, ଗଣ୍ଠୁଗୁଡ଼ା, ସାନଦାଦର୍, ତୁହୁଙ୍ଗିଦାଦର, ବୈତାଲି, କୋତନା, ଝାରବନ୍ଧ, କାଞ୍ଚିପାନି ଆଦି ବହୁ ଗ୍ରାମକୁ ଗସ୍ତ କରି ପ୍ରଚାରକୁ ଜୋରଦାର କରିଛନ୍ତି। ତାଙ୍କ ସାଙ୍ଗରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ଝାରବନ୍ଧ ବ୍ଲକ ସଭାପତି ମୂଜାଫର୍ ହୁସେନଙ୍କ ସହିତ ବହୁ କଂଗ୍ରେସ କର୍ମୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ । ଶ୍ରୀ ସାହୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେଡି ,ବିଜେପିର କଳା ଟଙ୍କା ନୁହଁ ତାଙ୍କର ଜନ ସମ୍ପର୍କ ଓ ସେ ବିଧାୟକ ଥିବା ସମୟର କରିଥିବା ଅଞ୍ଚଳର ବିକାଶ ହିଁ ତାଙ୍କର ଭୋଟ ଭିକ୍ଷାର ମାଧ୍ୟମ ଅଟେ ଏବଂ ଏହି ଲୋକ ସମ୍ପର୍କ ଏବଂ କରିଥିବା ବିକାଶ ମୂଳକ କାର୍ଯ୍ୟ ହିଁ ତାଙ୍କୁ ଚଳିତ ନିର୍ବାଚନରେ ବିଜୟୀ କରାଇବ ।

Leave A Reply

Your email address will not be published.