୨୫ ଶିଶୁ କାଠ ପଟା ଜବତ

ଚିତ୍ରକୋଣ୍ଡା,୨୨/୧୧: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୨୫ଟି ଶିଶୁ କାଠ ପଟା ଜବତ କରାଯାଇଛି । ଏକ ମହିନ୍ଦ୍ରା ଟ୍ରାକଟର ନମ୍ବର (ଓଡି୩୦ଡି୧୮୮୯) ରେ ଶିଶୁ କାଠ ପଟା ଚାଲାଣ ହେଉଥିବା ନେଇ ସୋମବାର ବନ ବିଭାଗକୁ ଖବର ମିଳିଥିଲା । ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଉକ୍ତ କାଠକୁ ବଡପଦର ପଞ୍ଚାୟତ ରେଖାପାଳି ବିଟ ଦାରାକୋଣ୍ଡା ଛକ ନିକଟରୁ ଜବତ କରିବାରେ ସଫଳ ହୋଇଛନ୍ତି। ଏନେଇ ମାମଲା ରୁଜୁ କରାଯିବ ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସାରିଆଗୁଡା ଗ୍ରାମର ଭଗବାନ ଖରା, ମାଳିଗୁଡା ଗ୍ରାମର ପୂର୍ଣ୍ଣ ମାଟାମ ଓ ଭିମାରାମ ଗ୍ରାମର ଗୌତମ ଖିଲ । ସେମାନଙ୍କୁ ଶିଶୁ କାଠ ଚାଲାଣ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଓ ବନପାଳ ମୃତ୍ୟୁଞ୍ଜୟ ସେଠି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.