ରାଜେଶ କୁମାର ପାତ୍ର ହେଲେ ଓଡିଶା ସୁରକ୍ଷା ସେନାର କଟକ-ବାରବାଟୀ ବିଧାନସଭା ପ୍ରାର୍ଥୀ

କଟକ: ଚଳିତ ନିର୍ବାଚନ ପାଇଁ ଓଡିଶା ସୁରକ୍ଷା ସେନା ପକ୍ଷରୁ ରାଜେଶ କୁମାର ପାତ୍ରଙ୍କୁ କଟକ-ବାରବାଟୀ ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଶ୍ରୀ ପାତ୍ର ପେଶାରେ ଜଣେ ସମାଜସେବା ଓ ଓଡିଶା ସୁରକ୍ଷା ସେନାର ରାଜ୍ୟ ଉପ-ସଭାପତି ଅଛନ୍ତି । ସେବା କାର୍ଯ୍ୟରେ ସେ ନିଜକୁ ସମର୍ପଣ କରି ପୂର୍ଣ୍ଣ-କାଳୀନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ତଥା ମିଷ୍ଟଭାଷୀ ବ୍ୟକ୍ତି ।

ଏହି ଘୋଷଣା ପରେ ଶ୍ରୀ ପାତ୍ର ଓଡିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଆଭାର ପ୍ରକଟ କରିଛନ୍ତି । ଏହା ସହିତ କଟକରେ ବସବାସ କରୁଥିବା ଅନୁଷ୍ଠାନର ସବୁ କର୍ମକର୍ତ୍ତାଙ୍କୁ ଏହି ନିର୍ବାଚନ ଲଢେଇରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.