mobile header

ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଅଭିଷେକ ରଥ ବିଜେଡିରେ ଯୋଗଦାନ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡ଼ା ଛୁଟୁଥିବା ବେଳେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଯୁବ କଂଗ୍ରେସ ପଦ୍ମପୁର ସଭାପତି ଅଭିଷେକ ରଥ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଅଭିଷେକ ରଥ ତାଙ୍କ ଶତାଧିକ ଯୁବ କର୍ମୀଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳର ଏକ ନିର୍ବାଚନ କାର୍ଯ୍ୟକ୍ରମରେ ପହଞ୍ଚି ଯୋଗଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ, ରାଉରକେଲା ବିଧାୟକ ସାରଦା ନାୟକ, ସୌଭାଗ୍ୟ ନାୟକଙ୍କ ସହ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ କଂଗ୍ରେସର ଯୁବ ନେତା ଅଭିଷେକ ରଥ ଯୋଗଦାନ ଦେଇଛନ୍ତି।

Leave A Reply

Your email address will not be published.