ତଥ୍ୟ ମାଗିଲେ ମିଳୁନି; ଓଲଟା ମୋଟା ଅଙ୍କର ଅର୍ଥ ଡିପୋଜିଟ ପାଇଁ ଆସୁଛି ଚିଠି

ଫୁଲବାଣୀ, ୨୩/୧୧: ଜନସାଧାରଣକୁ ସମସ୍ତ ପ୍ରକାର ତଥ୍ୟ ଜାଣିବାର ଅଧିକାର ଦେବା ଲାଗି ସରକାର ଆରଟିଆଇ ଆକ୍ଟ ୨୦୦୫ରେ ସରକାର ଆଇନ ପ୍ରଣୟନ କଲେ l ଅନ୍ତତଃ ଲୋକେ ସବୁ ତଥ୍ୟ ପାଇ ପାରିବେ ଓ ଜାଣିପାରିବେ ଆଉ ଦୁର୍ନିତୀ ବି କିଛି ମାତ୍ରା ହ୍ରାସ ପାଇବ ହେଲେ ଦାୟିତ୍ୱରେ ଥିବା ସୂଚନା ଅଧିକାରୀ କିନ୍ତୁ ଜାଣି ଶୁଣି ତଥ୍ୟ ଦେବାରେ ବିଳମ୍ବ କରିବା ସହ ତଥ୍ୟ ପାଇଁ ମୋଟା ଅଙ୍କର ଅର୍ଥ ପଇଠ କଲେ ତଥ୍ୟ ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ ଆବେଦନକାରୀଙ୍କୁ ଚିଠି ଲେଖୁଛନ୍ତି l ଉଦେଶ୍ୟ ଏହି ଯେ, ଆବେଦନକାରୀ ଏତେ ଟଙ୍କା ଡିପୋଜିଟ କରିବା ଲାଗି ହୁଏତ ଇଛା ପ୍ରକାଶ କରିବନି, ଆଉ ସେମାନେ ତଥ୍ୟ ଦେବେନି l ଏଭଳି ଅଭିଯୋଗ ଆସିଛି ବାଲିଗୁଡା ଅଞ୍ଚଳରୁ l ବାଲିଗୁଡା ଫରେଷ୍ଟ କଲୋନୀର ମନୋଜ କୁମାର ପଣ୍ଡା ପୂର୍ତ୍ତ ବିଭାଗ ଦ୍ୱାରା ହେଉଥିବା ଏକ ରାସ୍ତା କାର୍ଯ୍ୟର ଆରଟିଆଇରେ ତଥ୍ୟ ମାଗିଥିଲେ l ହେଲେ ବିଭାଗର ସୂଚନା ଅଫିସର ଦଶ ହଜାର ଦୁଇ ଶହ ଟଙ୍କା ଦାଖଲ କରିବାକୁ ବିଭାଗ ଚିଠି ନମ୍ବର ୨୨୩୫ ତା ୨୨/୦୯/୨୨ରେ ମନୋଜଙ୍କ ନିକଟକୁ ଚିଠି ପଠାଇଛନ୍ତି l ଯାହାକି ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ l ପୂର୍ତ୍ତ ବିଭାଗ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ବୋଧେ ଯାହା ଦ୍ୱାରା ତଥ୍ୟ ଦେବାକୁ କୁଂଥୁ କୁଂଥୁ ହେଊଛି ବିଭାଗ l ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ମଧ୍ୟ ତଥ୍ୟ ମାଗିବାରୁ ଜଣେ ଆବେଦନକାରୀକୁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଡିପୋଜିଟ ପାଇଁ ଚିଠି ଦିଆଯାଇଥିଲା l ଯାହାକି ସେତେବେଳେ ସହରରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା l

Leave A Reply

Your email address will not be published.