୧୩୫ ଏକର ଗଞ୍ଜେଇ ଗଛ ନଷ୍ଟ କଲା ଗୋଚ୍ଛାପଡା ପୋଲିସ

ଫୁଲବାଣୀ, ୨୩/୧୧: ଆଜି କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ପୋଲିସ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ ସଦଳ ବଳେ ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ବାକେପାଙ୍ଗା, ମାନିଜିରୁ, ଟେକେରୀଗୁଡା ଜଙ୍ଗଲ ଉପରେ ଚଢ଼ାଉ କରି ପାହାଡ଼ ଉପରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛ ସବୁ କାଟି ନଷ୍ଟ କରିଥିଲେ l ପ୍ରାୟ ୧୩୫ ଏକରରେ ଲାଗିଥିବା ଗଞ୍ଜେଇ ଗଛ ସବୁ କାଟି ସଫା କରିଥିବା ନେଇ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି l ଏ ନେଇ ପୋଲିସ ୧୪୮/୨୨ରେ ମାମଲା ରୁଜୁ କରିଛି ହେଲେ ଏ ସମ୍ପର୍କରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି l ସମ୍ପୃକ୍ତ ଥାନା ଇଲାକାରେ ବେଆଇନ ଗଞ୍ଜେଇ ଚାଷ ବଢ଼ି ଚାଲିଥିବା ଫଳରେ ଏଥିରେ ରୋକ ଲଗାଇବାକୁ ଥାନା ଅଧିକାରୀ ମୁନି ଅନ୍ତରିକ ଉଦ୍ୟମ ଆରମ୍ଭ କରିଛନ୍ତି l ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକୁ ସମ୍ପୂର୍ଣ ବନ୍ଦ କରିବା ଲଖ୍ୟ ରଖିଛନ୍ତି ଥାନା ଅଧିକାରୀ ମୁନି l

Leave A Reply

Your email address will not be published.