mobile header

“ଯଦି ମୋ ଉପରେ ରାଗ ଅଛି ତାହେଲେ ମୋତେ ପଛେ ମାଡ ମାର କିନ୍ତୁ ମୋର ସମର୍ଥକ ଓ କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ କର ନାହିଁ”: ପ୍ରଦୀପ ପୁରୋହିତ

ପଦମପୁର, / ଭୁବନେଶ୍ୱର, ତା.୨୩/୧୧ : ଗତକାଲି ପାଇକମାଲରେ ଜଜଗଡ ଗାଁରେ ସୁନିଲ ନାମକ ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କୁ ବିଜେଡି ଦଳର ଗୁଣ୍ଡାମାନେ ମାଡ ମାରିଲେ, ତାଙ୍କ ଘରେ ଭାଙ୍ଗିଲେ । ମନ୍ତ୍ରୀ ନବ ଦାସ ଯିଏ ବିଜୁ ଜନତା ଦଳ ପାଇଁ ପାଇକମାଳ ଦାୟୀତ୍ୱରେ ଅଛନ୍ତି ତାଙ୍କର ଇଙ୍ଗିତରେ ଏହି ଆକ୍ରମଣ କରାଯାଇଥିଲା । ପାଇକମାଲ ଥାନାରେ ଏଫଆଇଆର ହୋଇଥିଲା ହେଲେ ବିଜେଡି ମନ୍ତ୍ରୀ ନବ ଦାସଙ୍କ ଇଙ୍ଗିତରେ ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ଛାଡି ଦେଲା ।

ଗତକାଲି ବିଜେପି ପାର୍ଥୀ ପ୍ରଦୀପ ପୁରୋହିତଙ୍କର ଏକ ସମାବେଶ ପାଇକମାଳ ଥାନାର ପଥରେଲ ଗାଁରେ ଚାଲିଥିଲା । ସମାବେଶ ଚାଲିଥିବା ବେଳେ ବିଜୁ ଜନତା ଦଳର ଗୁଣ୍ଡାମାନେ ଆସି ମାଇକ ଛଡାଇଲେ, ଟେଂଟ ଭାଙ୍ଗିଲେ । ପ୍ରଦିପ ପୁରୋହିତଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ପ୍ରଦିପ ପୁରୋହିତଙ୍କୁ ସୁରକ୍ଷା ଦେଲେ । ସେହି ସମାବେଶରେ ଉପସ୍ଥିତ ଥିବା ବିଜେପିର କାର୍ଯ୍ୟକର୍ତା, ସମର୍ଥକମାନଙ୍କୁ ବିଜୁ ଜନତା ଦଳର ଗୁଣ୍ଡାମାନେ ସେଠାରେ ଧମକ ଚମକ ଦେଇଥିଲେ ।

ଯଦି ମୋ ଉପରେ ରାଗ ଅଛି ତାହେଲେ ମୋତେ ପଛେ ମାଡ ମାର କିନ୍ତୁ ମୋର ସମର୍ଥକ ଓ କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ କର ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ ବିଜୁ ଜନତା ଦଳର ନେତା ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ପାର୍ଥୀ ଶ୍ରୀ ପୁରୋହିତ ।

ଶ୍ରୀ ପୁରୋହିତ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି ନିର୍ବାଚନ ଲଢିବାର, ପ୍ରଚାର କରିବାର । ପଦମପୁରରେ ଯେହେତୁ ଭାରତୀୟ ଜନତା ପାର୍ଟି ପ୍ରତି ସମର୍ଥନ ଦିନକୁ ଦିନ ବଢୁଛି ସେଥିପାଇଁ ବିଜୁ ଜନତା ଦଳ ସମସ୍ତ ନୀତି ନୈତିକତା ଭୁଲି ଭୟର ବାତାବରଣ କରିବା ପାଇଁ ଚାହୁଁଛି । ପଦମପୁରରେ ଏବେ ସୁଶାନ୍ତ ସିଂ, ନବ ଦାସ, ରାଜେନ୍ଦ୍ର ଢୋଲକିଆଙ୍କ ଭଳି ନେତାମାନେ ଲୋକମାନଙ୍କୁ ଭୟ, ହିଂସାର ବାତାବରଣ ଦେଖାଇ ନିର୍ବାଚନ ଜିତିବା ପାଇଁ ଚାହୁଁଛନ୍ତି ।

ଶ୍ରୀ ପୁରୋହିତ କହିଛନ୍ତି ଯେ ନିର୍ବାଚନ ପରିଚାଳନାରେ ପୋଲିସ ନିରପକ୍ଷତା ଅବଲମ୍ବନ କରୁନାହିଁ । ଶାସକ ଦଳର ସପକ୍ଷରେ ପୋଲିସ କାମ କରୁଛି । ପୋଲିସ ପ୍ରଶାସନ ନିର୍ବାଚନ ପ୍ରକିୟାରେ ନିରପକ୍ଷତା ଅବଲମ୍ବନ କରୁ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, କ୍ଷେତ୍ରୀୟ ଗଣମାଧ୍ୟମ ପ୍ରଭାରୀ ମାନସ ରଂଜନ ବକ୍ସି ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.