ଜେଲ୍ ନୁହେଁ ବେଲ୍‌, ବ୍ୟକ୍ତିଗତ ମୁଚାଲିକାରେ ଗରିବ ଅଭିଯୁକ୍ତ ମୁକ୍ତ

ମାଲକାନଗିରି,୨୬।୪: ଜଣେ ଗରିବ ଅଭିଯୁକ୍ତ ଏକ ଚୋରି ମାମଲାରେ ଦୀର୍ଘ ଦିନ ଧରି କାରାଗାରରେ ବନ୍ଦି ଜୀବନ ବିତାଉଥିଲ।। ଜିଲ୍ଲା ବିଚାରପତି ପ୍ରଥମେ ଏକ ସ୍ୟୁରିଟି ସହ ୩୦ ହଜାର ଟଙ୍କାର ଦଣ୍ଡରେ ଜାମିନ ଯିବା ପାଇଁ ଆଦେଶ ଦେଇଥିଲୋ ଯେହେତୁ ଅଭିଯୁକ୍ତ ଜଣେ ଗରୀବ ସିଏ ଉକ୍ତ ଆଦେଶ ପାଳନ କରିବାକୁ ଅକ୍ଷମ ଥିବାରୁ ତାଙ୍କ ଓକିଲ ଉକ୍ତ ଆଦେଶ ପରିବର୍ତନ ନିମନ୍ତେ ଏକ ପିଟିସନ ଅଦାଲତରେ ଦାଖଲ କରିଥିଲୋ ଉକ୍ତ ଦରଖାସ୍ତକୁ ବିଚାରକୁ ନେଇ ଅଦାଲତ ସ୍ୟୁରିଟି କାଟି କେବଳ ୩୦ ହଜାର ଟଙ୍କା ଦଣ୍ଡରେ ଯିବାକୁ ଅନୁମତି ପ୍ରଦାନ କରିଥିଲୋ କିନ୍ତୁ ଅଭିଯୁକ୍ତ ଉକ୍ତ ମୁଲ୍ୟ ଦେବାରେ ଅକ୍ଷମ ହେବାରୁ ପୁଣିଥରେ ଏକ ପିଟିସନ ମାଧ୍ୟମରେ ଉପରୋକ୍ତ ଆଦେଶର ପରିବର୍ତ୍ତନ ପାଇଁ ଓକିଲ ପ୍ରାର୍ଥନା କରିଥିଲୋ ଉକ୍ତ ପିଟିସନକୁ ଜିଲ୍ଲା ଅଦାଲତର ସରକାରୀ ଓକିଲ ଘୋର ବିରୁଧ କରିଥିଲୋ କିନ୍ତୁ ଅଭିଯୁକ୍ତଙ୍କ ଓକିଲ ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅଶୋକ କୁମାର ପଟ୍ଟନାୟକ ଓ ତାଙ୍କର ସହଯୋଗୀ ରାଜେଶ ପଟ୍ଟନାୟକ ଡେପୁଟି ମୁଖ୍ୟ ଆଇନ ସେବା ଓକିଲ ଏବଂ ସାଗର ପାଣିଗ୍ରାହି ଓ ସଂଯୁକ୍ତା ଦତ ସହକାରୀ ଆଇନସେବା ଓକିଲ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସତେନ୍ଦ୍ର ଆନବିଲ ବନାମ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଓ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏସ୍‌.ଏମ୍‌.ଡବ୍ଲୁ.ପି.ସି. (କ୍ରି) ୪/୨୧ର ୩୧.୦୧.୨୦୨୩ର ଆଦେଶକୁ ଭିତିକରି ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ କୃଷ୍ଣ ପ୍ରସାଦ ସାହୁ ବନାମ ଓଡିଶା ସରକାର ମାମଲାରେ ଦିଆ ଯାଇଥିବା ନୀତିକୁ ଭିତିକରି ତତା ଜାତୀୟ ଆଇନ ସେବା ପ୍ରାଧୀକରଣଙ୍କ ନିର୍ଦେଶନାମାକୁ ଭିତିକରି ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଜିଲ୍ଲା ଜର୍ଜ ବିକ୍ରମ ପଟ୍ଟନାୟକଙ୍କ ଉକ୍ତ ବିଚରାଧୀନ ଅଭିଯୁକ୍ତକୁ ବ୍ୟକ୍ତିଗତ ମୁଚାଲିକାରେ କାରାଗାରରୁ ମୁକ୍ତ କରିଛନ୍ତିା

Leave A Reply

Your email address will not be published.