xmas

ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଧାରଣା

ଫୁଲବାଣୀ, ୨୪/୧୧: ବିଭିନ୍ନ ଦାବି ପୂରଣ ନେଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାନେତ୍ରୀ ଆରତୀ ବେହେରାଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀମାନେ ଧାରଣାରେ ବସିଥିଲେ l ଦୀର୍ଘ ଦିନ ହେଲା ଅଙ୍ଗନବାଡି କର୍ମୀ ମାନେ ଦାବି କରି ଆସୁଥିଲେ ମଧ୍ୟ ସରକାର ଶୁଣୁନଥିବା ଅଭିଯୋଗ କରିଥିଲେ l ସେମାନଙ୍କ ଦାବି ମଧ୍ୟରେ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା, ଦାବି ପୂରଣ ନହେବାଯାଏ ଆନ୍ଦୋଳନ ଜାରି ରଖାଯିବ ବୋଲି ସମ୍ପାଦିକା ଯୁବତୀ ପ୍ରଧାନ କହିଛନ୍ତି l ଏହି ଗଣଧାରଣାରେ ଯୋଗ ଦେବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ l

Leave A Reply

Your email address will not be published.