ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଦୁଇ ଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଆଠ ଜଣ ଆହତ

ଫୁଲବାଣୀ, ୨୪/11: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏକ ବିବାଦୀୟ ଜମିରେ ଖେଳପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଗୋଷ୍ଠି ସଂଘର୍ଷ ହୋଇଛିl ଏଥିରେ ମହିଳା ସମେତ ଆଠ ଜଣ ଆହତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲରେ ଭର୍ତ୍ତୀ କରାଯାଇଥିଲା l ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିଲା l ପୋଲିସ ପ୍ରଶାସନ ଏବଂ ରାଜସ୍ବ ବିଭାଗ ହସ୍ତକ୍ଷେପ ପରେ ଉକ୍ତ ଜମିକୁ କେହିବି ନଯିବା ପାଇଁ କୁହାଯାଇଥିଲା l ବିବାଦଥିବା ସତ୍ତ୍ୱେ ଉକ୍ତ ଜମିରେ ଠିକାଦାର ଅନ୍ୟ ଏକ ଗୋଷ୍ଠୀକୁ ଧରି ମହୁଲଗଛ, ଶାଳ ଗଛ ଆଦି ବେଆଇନ ଭାବେ କାଟି ଜେସିବି ଲଗାଇ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ l ଫଳରେ ଅନ୍ୟ ଗୋଷ୍ଠୀ ମାଡ଼ ମାରିବାରୁ ଜଣେ ମହିଳାଙ୍କ ସମେତ ଆଠ ଜଣ ଆହତ ହୋଇ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l ମାଦିନାଟ ଗ୍ରାମବାସୀଙ୍କ ବିରୋଧରେ ବାଲିସୁଗା ଗ୍ରାମବାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଏନେଇ ପୋଲିସ ତଦନ୍ତ ଜାରି ରଖିଛି l ବିବାଦୀୟ ଜମିରେ ବିବାଦ ସମାଧାନ ନ କରି ବ୍ଲକ ପ୍ରଶାସନ କିଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦେଉଛନ୍ତି ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିବା ବାଲିସୁଗା ଜମ୍ବେସ୍ୱର ମଲ୍ଲିକ, ଲୋଚନ ମଲ୍ଲିକ, ଅନୁଭା ପ୍ରଧାନ, ସନୁଜା ମଲ୍ଲିକ ପ୍ରମୁଖ କହିଛନ୍ତି l

Leave A Reply

Your email address will not be published.