mobile header

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଥମ ବର୍ଷ ଏମ୍‌ବିିବିଏସ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର,୨/୧୨: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଏମ୍‌ବିବିଏସ୍ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କର ଗୁରୁବାର ଓରିଏଟେଂନ୍‌ସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିିତ ବର୍ଷ ପ୍ରଥମ ବ୍ୟାଚରେ ଦେଶର କୋଣ ଅନୁକୋଣରୁ ଯୋଗ ଦେଇଛନ୍ତି ୨୫୦ଜଣ ଛାତ୍ରଛାତ୍ରୀ ।

ଏହି କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଏମ୍‌ବିବିଏସ୍ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଏକ ଡାକ୍ତରର କର୍ତବ୍ୟ ଓ ସମାଜ ପ୍ରତି ଥିବା ଦାୟିତ୍ୱ ସଂପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।

ଭଲ ମଣିଷ ଟିଏ ହିଁ ଭଲ ଡାକ୍ତର ଟିଏ ହୋଇପାରିବ । ରୋଗୀ ମୁହଁରେ ହସ ଫୁଟାଇବା ହିଁ ପ୍ରକୃତ ଡାକ୍ତର ଙ୍କ କାର୍ଯ୍ୟ । ଏହାଛଡା ସେ ଡାକ୍ତର ର ପ୍ରକୃତ କର୍ତବ୍ୟ କଣ ଓ ତାହା ମଧ୍ୟରେ କେଉଁ କେଉଁ ଗୁଣ ରହିବା ଦରକାର ସେ ନେଇ ଆଲୋଚନା କରିଥିଲେ । ତେବେ ଡାକ୍ତରୀ ପାଠ୍ୟକ୍ରମ ପୂର୍ବରୁ ସେମାନଙ୍କର ସମାଜ ପ୍ରତି କର୍ତବ୍ୟବୋଧତା ତଥା ସାହିତ୍ୟ, ଇତିହାସ, ସଂସ୍କୃତି ସଂପର୍କରେ ମଧ୍ୟ ଅବଗତ କରାଯାଇଥିଲା ।

ବିଗତ ଦିନରେ କୋଭିଡ ଭଳି ମହାମାରୀ କୁ ସାମ୍ନା କରିବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଭୂମିକା ସ୍ୱତନ୍ତ୍ର ରହିଥିବା ବେଳେ ଯେ କୌଣସି ପରିସ୍ଥିତିରେ ଦୃଢତାର ସହ ସେବା କରିବା ଲକ୍ଷ୍ୟ ନେଇ ପାଠପଡିବା ଦରକାର ବୋଲି ଉପସ୍ଥିତ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ।

ସମ୍ ଆନେକ୍ସ ଅଡିଟୋରିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସୋଆର ରେଜିଷ୍ଟ୍ରର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.