mobile header

ସ୍ୱାଭିମାନଞ୍ଚଳରେ ମେଗା ସ୍ୱାସ୍ତ୍ୟ ଶିବିର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନଞ୍ଚଳର ପାପରମେଟଲା ପଂଚାୟତ ରେ ହାଇଟେକ କଲେଜ ଓ ମେଡିକାଲ ଭୁବନେଶ୍ୱର ଦ୍ୱାରା ଏକ ତିନି ଦିନିଆ ମେଗା ସ୍ୱାସ୍ତ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏହି ମେଗା ସ୍ୱାସ୍ତ୍ୟ ଶିବିରରେ ପାପରମେଟଲା ପଂଚାୟତ ଓ ତାର ଆଖ ପାଖ ଅଂଚଳର ୪୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଦଶ ଜଣିଆ ଡାକ୍ତର ଦଳ ମଧ୍ୟରୁ ୬ ଜଣ ବିଶେସଂଜ୍ଞ ଡାକ୍ତରଙ୍କ ଦ୍ଵାରା ସ୍ବାସ୍ତ୍ୟ ପରୀକ୍ଷା କରାଯାଇଥିଲା। ହାଇଟେକ ମେଡିକାଲ ଓ କଲେଜ ଭୁବନେଶ୍ୱର ପକ୍ଷରୁ ୬ ଜଣିଆ ବିଶେଷଜ୍ଞ ଡାକ୍ତର ଙ୍କ ମଧ୍ୟରେ ଚର୍ମ ରୋଗ ବିଶେଷଜ୍ଞ, ଭେଷଜ, ଅସ୍ତିଶଲ୍ୟ, ଶିଶୁ ରୋଗ ,ଚକ୍ଷୁ ବିଶେଷଜ୍ଞ, ପ୍ରଶ୍ରୁତି ବିଭାଗର ବିଶେଷଜ୍ଞ ଡାକ୍ତର ଏହି ଶିବିରରେ ଉପସ୍ଥିତ ରହିଥିଲେ। ପ୍ରଥମ କରି ହାଇଟେକ ମେଡ଼ିକାଲ ଓ କଲେଜ ଭୁବନେଶ୍ୱରର ପକ୍ଷରୁ ସ୍ୱାଭିମାନଞ୍ଚଳରେ ଏଭଳି ଏକ ତିନିଦିନିଆ ସ୍ୱାସ୍ତ୍ୟ ଶିବିର ଆୟୋଜନ କରାଯାଇଛି। ହାଇଟେକ ଗ୍ରୁପ ଚେଆରମ୍ୟାନ ତିରୁପତି ପାଣିଗ୍ରାହୀ, ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ସୁରେଶ ପାଣିଗ୍ରାହୀଙ୍କ ତତ୍ୱବଧାନରେ ସ୍ୱାଭିମାନଞ୍ଚଳର ଏହି ୩ ଦିନିଆ ସ୍ୱାସ୍ତ୍ୟ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ରୋଗୀଙ୍କୁ ଔଷଧ ପ୍ରଦାନ କରିବା ସହ ଶୀତ ବସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହି ଶିବିରକୁ ଡାକ୍ତର ସନ୍ତୋଷ ସଢଙ୍ଗୀ ପରିଚାଳନା କରିଥିଲେ।

Leave A Reply

Your email address will not be published.