mobile header

ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଗାନ୍ଧୀବାଦୀ ବୈଷ୍ଣବ ଜେନାଙ୍କ ପରଲୋକ ଘଟିଛି। ଶନିବାର ଭୋରରୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ଘର ଯାଜପୁର ଜିଲା ବରି ବ୍ଳକ ମନ୍ଦାରୀ ପଞ୍ଚାୟତ ବେଞ୍ଜରାପୁର ଗ୍ରାମରେ। ସେ ବର୍ତ୍ତମାନ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ସରକାରୀ କ୍ୱାର୍ଟର୍ସରରେ ରହୁଥିଲେ।

ବୈଷ୍ଣବଙ୍କ ଆକସ୍ମିକ ବିୟୋଗ ଖବର ପାଇ ବହୁ ବରିଷ୍ଟ ସାମ୍ବାଦିକ ଶୋକ ପ୍ରକାଶ କରିବା ସହ ଗଣମାଧ୍ୟମ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରିଛନ୍ତି।

ସେ ମାତୃଭାଷା, ନ୍ୟାୟବତୀ ଏବଂ ଶ୍ରୁତି ପ୍ରମୁଖ ଖବରକାଗଜରେ ସାମ୍ବାଦିକତା କରିଥିଲେ। ତେବେ ସେ ବିଧାନସଭା ସାମ୍ବାଦିକ ଭାବେ ସମସ୍ତଙ୍କ ଅତି ପ୍ରିୟ ହୋଇପାରିଥିଲେ। ଏପରିକି ବିଧାନସଭାର ଟିକିନିକ ଖବର ସଂଗ୍ରହ କରିବାରେ ତାଙ୍କର ଥିଲା ସ୍ବତନ୍ତ୍ର ଆଗ୍ରହ।

Leave A Reply

Your email address will not be published.