ବାୟୁ ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ କୁ ଉଦ୍‌ଘାଟନ କଲେ ରାଜ୍ୟପାଳ

୯ ସହରକୁ ୫କୋଟି ର ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର
ଲକ୍ଷେ୍ମø କୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର,: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ବାୟୁ –ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ୩ ଦିନିଆ ଜାତୀୟ ସମ୍ମିଳନୀ କୁ ଶନିବାର ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍ ୨ ଅଡିଟୋରିୟମ୍‌ରେ ଆୟୋଜିତ ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି ଯେ ମନୁଷ୍ୟର ଆଭ୍ୟନ୍ତରୀଣ ଜାଗରଣ କରିବା ହେଉଛି ଏହି ସମ୍ମିଳନୀ ର ଲକ୍ଷ୍ୟ । ବ୍ରହାଣ୍ଡ ଓ ମାନବିକତା ଭିତରେ ଥିବା ସମ୍ପର୍କକୁ ଏହି ସମ୍ମିଳନୀ ଦ୍ୱାରା ବ୍ୟକ୍ତି ବିଶେଷ ବୁଝିପାରିବେ । ପଂଚମହାମଭୂତ ରୁ ବାୟୁକୁ ଅଲଗା କରାଯାଇପାରିବ ନାହିଁ । ଏମାନେ ଏକାଠି ଚାଲିଲେ ହିଁ ବିଶ୍ୱ ଚାଲିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହୋଇ ବାୟୁ ପ୍ରଦୂଷଣ କୁ ରୋକିବା ଜରୁରୀ ।

ସମ୍ମିଳନୀ ରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ ଜଳବାୟୁ ପରିବର୍ତନ ର ଆହ୍ୱାନକୁ ବୁଝିବା ଦରକାର । ଦେଶ ଓ ବ୍ରହାଣ୍ଡକୁ ରକ୍ଷା କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ । ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ, ପ୍ରଧାନ ମନ୍ତ୍ରୀ ଙ୍କ ନେତୃତ୍ୱରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତନ କୁ ମୁକାବିଲା କରିବାରେ ଦେଶ ବହୁ ସଫଳତା ହାସଲ କରିଛି । ଦେଶରେ ନବୀକରଣଯୋଗ୍ୟ ଶକ୍ତି ର କ୍ଷମତା ବୃଦ୍ଧି, ବୈଦ୍ୟୁଦିକ ଯାନକୁ ପ୍ରୋତ୍ସାହନ, ଯାନବାହାନ କ୍ଷେତ୍ର ପାଇଁ ବାଧ୍ୟତାମୂଳକ ଇଥାନଲ ମିଶ୍ରଣ ଓ ଏକକ ବ୍ୟବହାର ପ୍ଳାଷ୍ଟିକ୍ ଉପରେ ନିଷେଧାଦେଶ ଜଳବାୟୁ ବରିବର୍ତନ କୁ ହ୍ରାସ କରିବାରେ ସହଯୋଗ କରୁଛି । ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମିଶନ୍ ଲାଇଫ୍ ( ଲାଇଫ୍ ଷ୍ଟାଇଲ୍ ଫର୍ ଏନ୍‌ଭାରନ୍‌ମେଂଟ୍‌) ଉପରେ ସେ କହିଛନ୍ତି ଯେ, ବର୍ଜ୍ୟବସ୍ତୁକୁ ସମ୍ପତି ରେ ପରିଣତ କରିବା ଉପରେ ଗୁରୁତ୍ୱ ନ ଦେଇ ବର୍ଜ୍ୟବସ୍ତୁ କମ୍ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

ଏହି ସମ୍ମିଳନୀ ରେ ୯ଟି ସହରକୁ ଜାତୀୟ ସ୍ୱଚ୍ଛବାୟୁ ସହର ଭାବେ ୫କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସ୍ୱଚ୍ଛ ବାୟୁ ସର୍ବକ୍ଷେଣ ୨୦୨୨ ଅନୁସାରେ ଏହି ପୁରସ୍ୱାର ଦିଆଯାଇଛି । ଜନସଂଖ୍ୟା ଉପରେ ଆଧାର କରି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସହର ୨୦୧୯-୨୦ରୁ ୨୦୨୧- ୨୦୨୨ ମଧ୍ୟରେ ହାରାହାରି ୩୧% ପିଏମ୍ ୧୦ ହାସ୍ର କରିବା ଏବଂ ବାୟୋମାସ୍ ଏବଂ କଠିନ ବର୍ଜ୍ୟବସ୍ତୁ କମାଇବାରେ ମଧ୍ୟ ଉତମ ପ୍ରଦର୍ଶନ କରିଛି । ଲକ୍ଷେ୍ମø ର ମେୟର ଶ୍ରୀମତି ସଂଯୁକ୍ତା ଭାଟିଆ ରାଜ୍ୟପାଳ ଲାଲ୍ ଓ ମନ୍ତ୍ରୀ ଶ୍ରୀ ଯାଦବ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସେହିପରି ଦ୍ୱିତୀୟ ବର୍ଗରେ ୩ ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ସହର ମଧ୍ୟରେ ଉତରପ୍ରଦେଶର ମୁରାଦାବାଦ ସହରକୁ ୭୫ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ସହରରେ ପିଏମ୍ -୧୦ ୩୬% ହ୍ରାସ ପାଇଛି । ତୃତୀୟ ବର୍ଗରେ ୩ ଲକ୍ଷରୁ କମ୍ ଜନସଂଖ୍ୟାରେ ମଧ୍ୟପ୍ରଦେଶର ଦେବାସ୍ ସହରକୁ ୩୭.୫ ଲକ୍ଷ ପୁରସ୍କାର ଦିଆଯାଇଛି ।

Leave A Reply

Your email address will not be published.