mobile header

ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଜଳବାୟୁ ପରିବର୍ତନ ନେଇ ନ୍ୟାରୋକାଷ୍ଟିଂ ଆୟୋଜିତ

ଭୁବନେଶ୍ୱର, ୦୭/୧୨: ଜଳବାୟୁ ପରିବର୍ତନର ପ୍ରଭାବ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କମ୍ୟୁନିଟି ରେଡିଓ ଭଏସ୍ ଅଫ୍ ସୋଆ କମ୍ୟୁନିଟି ୯୦.୪ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ନିକଟରେ ନ୍ୟାରୋକାଷ୍ଟିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ନ୍ୟାରୋକାଷ୍ଟିଂ ହେଉଛି ରେଡିଓ କାର୍ଯ୍ୟକ୍ରମର ଏକ ପ୍ରସାରଣ ଯାହାକି ବିଶେଷ ଭାବେ ଏକ ନିର୍ଦ୍ଧିଷ୍ଟ ଦର୍ଶକଗୋଷ୍ଠୀ ନିମେନ୍ତ ପ୍ରସାରଣ କରାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ କାହିଁକି ଓ କିଭଳି ଜଳବାୟୁ ପରିବର୍ତନ ହେଉଛି ସେ ନେଇ ଆଲୋଚନା କରାଯାଇଥିଲା । ଏଥି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଳବାୟୁ ପରିବର୍ତନ ସମ୍ପର୍କିତ ବାର୍ତା ପ୍ରଦାନ କରାଯାଇଥିଲା । ସଂଗୀତ, ନୃତ୍ୟ ଓ ପଥପ୍ରାନ୍ତ ନାଟକ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଗତମାସ ଇଜିପ୍ଟରେ ଆୟୋଜିତ ହୋଇଥିବା ଜାତୀସଂଘ ଜଳବାୟୁ ପରିର୍ବତନ ସମ୍ମିଳନୀ-ସିଓପି ୨୭ରେ ଯୋଗ ଦେଇଥିବା ଶ୍ରୀ ଅଭିଷେକ ମଣି, ସାତ୍ୱିକ୍ ସୋଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ସତ୍ୟବ୍ରତ ସାମଲ୍‌, ବିଶିଷ୍ଟ ପରିବେଶବିତ ତଥା ସିବା ଗ୍ରୀନ୍ ସଲ୍ୟୁସନ୍‌ସର ପ୍ରତିଷ୍ଠାତା ଶ୍ରୀମତି ନିଳିମା ମିଶ୍ର ପ୍ରଭୃତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତନ ସମ୍ପର୍କିତ ଶିକ୍ଷା ଓ ଏହାର ପ୍ରଭାବ ସମ୍ପର୍କରେ ବୁଝାଇଥିଲେ ।

ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମର ଶକ୍ତି ଏବଂ ବିଶ୍ୱର ଭବିଷ୍ୟତ । ସେମାନେ ଯେତେବେଳେ ଏହି ସମସ୍ୟାକୁ ବୁଝିଯିବେ ସେତେବେଳେ ଆମେ ଅଧା ଯୁଦ୍ଧ ଜିତିଯିବୁ ବୋଲି କହିଛନ୍ତି ସୋଆ କମ୍ୟୁନିଟି ରେଡିଓ ୯୦.୪ର ଷ୍ଟେସନ୍ ଡାଇରେକ୍ଟର (ଇନ୍‌ଚାର୍ଜ) ଶ୍ରୀମତି ହନି ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମ ସୋଆ କମ୍ୟୁନିଟି ରେଡିଓ ଏବଂ ସ୍ମାର୍ଟ ଓ ଜଳବାୟୁ ପରିବର୍ତନ ଶିକ୍ଷା ଅଭିଯାନ ପକ୍ଷରୁ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.