mobile header

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ନିମ୍ନମାନର କାମ କରି ଅର୍ଥ ହଡପ ଅଭିଯୋଗ

ଫୁଲବାଣୀ, ୦୮/୧୨; ସରକାର ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି l ହେଲେ ଯନ୍ତ୍ରୀ ଠିକାଦାର ମିଶି ନିମ୍ନମାନର ତଥା ଉପର ଠାଉରିଆ ଭାବେ କାମ କରି ସିଂହ ଭାଗ ଅର୍ଥ ଚଳୁ କରି ଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ରାସ୍ତା କାମ ଏସ୍ଟିମେଟ ପ୍ରକାରେ ଭଲ ଭାବେ କରିବାକୁ ଠିକାଦାର କିମ୍ବା ସୁପରଭାଇଜରକୁ କହିଲେ ସେମାନେ ଓଲଟା ଧମକ ଦେଉଛନ୍ତି କୁଆଡେ l ଯନ୍ତ୍ରୀ ଓ ରାଜନୈତିକ ନେତାମାନଙ୍କୁ ମୋଟା ଅଙ୍କର ଦେବାକୁ ପଡୁଛି, ଏଣୁ ଅଭିଯୋଗ କଲେ ବି ଆମର ଅସୁବିଧା ହେବନି ବୋଲି ସୁପରଭାଇଜର କହୁଥିବା ଶୁଣିବାକୁ ମିଳୁଛି l ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେଲlପଡା ଅଞ୍ଚଳରୁ l ପ୍ରାୟ ୨ କୋଟି ୮୫ ଳକ୍ଷ ୨୭ ହଜାର ଟଙ୍କା ବ୍ୟୟରେ ବାଳକିଡାଡି-କେଲାପଡା ରାସ୍ତା ନିର୍ମାଣରେ ଏଭଳି ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ ଆସିଛି l ରାସ୍ତାକାମ ୨୭ ମେ ୨୦୨୧ରୁ ଆରମ୍ଭ ହୋଇ ୨୬ ଏପ୍ରିଲ ୨୨ରେ ସରିବା କଥା l ତେବେ ଇତି ମଧ୍ୟରେ ୮ ମାସ ବିତି ଯାଇଥିଲେ ବି ରାସ୍ତl ସରିବାକୁ ନାହିଁ l ରାସ୍ତା କାମ ଏତେ ନିମ୍ନମାନର ଯେ, ରାମ୍ପି ଦେଲେ ଉଠିଯାଉଛି l କାର୍ଯ୍ୟରତ ଶ୍ରମିକ ମାନଙ୍କୁ କମ ପରିଶ୍ରମିକ ମିଳିବା ଓ ବିଳମ୍ବରେ ଦିଆଯାଉଥିବା କୁହାଯାଉଛି l ଲୋକେ ଏବେ କାମ ବନ୍ଦ କରିବା ସହ ତଦନ୍ତ ନ ସରିବା ଯାଏ ଠିକାଦାରଙ୍କୁ କୌଣସି ବିଲ ପୈଠ ନ କରିବା ଲାଗି ଦାବି କଲେଣି l ଦାୟିତ୍ୱରେ ଥିବା ଯନ୍ତ୍ରୀ ନାୟକ କୁଆଡେ ପିସି ନେଇ କାମ ଦେଖିବାକୁ ନ ଯିବା ସନ୍ଦେହ ସୃଷ୍ଟି କରିଛି l ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ରାସ୍ତାର ତଦନ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି l ଜିଲ୍ଲାପାଳ, ୫ଟି ସଚିବ ଏଥି ପ୍ରତି ଦୃଷ୍ଟି ଦେଇ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Leave A Reply

Your email address will not be published.