mobile header

ୱାର୍କର ମାନ୍ୟତା ପ୍ରଦାନ, ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ଆଜି ଗାନ୍ଧୀମାର୍ଗ ଅଚଳ କଲେ ଅଙ୍ଗନୱାଡି କର୍ମୀ, ମିନିକର୍ମୀ ଓ ସହାୟିକା

ଭୁବନେଶ୍ୱର, ତା ୦୯/୧୧/୨୦୨୨: ଆଜି ରାଜ୍ୟର ଲକ୍ଷାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ବିଧାନସଭାରେ ତାଙ୍କ ପ୍ରମୁଖ ଦାବି ଯଥା- ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁସାରେ ଅଙ୍ଗନୱାଡି କାର୍ଯ୍ୟକର୍ତ୍ତୀଙ୍କୁ ୱାର୍କର ମାନ୍ୟତା, ମାସିକ ସର୍ଵନିମ୍ମ ୨୬ ହଜାର ଟଙ୍କାକୁ ଭତ୍ତା ବୃଦ୍ଧି, ଏସ. ଏନ. ପି. ର ବଜାର ଦର ଭିତ୍ତିରେ ସଂଶୋଧନ, ଅଙ୍ଗନୱାଡି କର୍ମୀଙ୍କୁ ଦିଆଯାଇଥିବା ନିମ୍ମ ମାନର ମୋବଇଲ ଫେରାଇ ନେଇ ଉନ୍ନତ ଗୁଣମାନର ମୋବଇଲ ଖରିଦ ପାଇଁ ୱାର୍କର ଓ ମିନି ୱାର୍କର ଜମାଖାତାଙ୍କୁ ଟଙ୍କା ପ୍ରଦାନ, କର୍ମୀ ଓ ମିନି କର୍ମୀ ମହିଳାମାନଙ୍କୁ ୨୪ ଘଣ୍ଟିଆ ସନ୍ଦେହ ନଜରରେ ଟ୍ରାକିଂ ଭଳି ଗୁରୁତର ମାନବାଧିକାର ହନନ ବନ୍ଦ କରିବା, ୫ ବର୍ଷ ଓ ୧୦ ବର୍ଷର ଇନକ୍ରିମେଣ୍ଟ ପ୍ରଦାନ, ୬୨ ବର୍ଷର ଅବସରଜନିତ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ସର୍ଵନିମ୍ମ ପେନସନ ୩ ହଜାର ଟଙ୍କା ପ୍ରଦାନ, ଅନଲାଇନ ମାଧ୍ୟମରେ ପଠାଯାଉଥିବା ଭତ୍ତାର ତୃଟି ସଂଶୋଧନ କରି ଓ ଭତ୍ତାରୁ ବଞ୍ଚିତ ଥିବା ଅଙ୍ଗନୱାଡି କର୍ମୀ, ମିନିକର୍ମୀ ଓ ସହାୟିକାମାନଙ୍କୁ ଭତ୍ତା ପ୍ରଦାନ, ଅଟଳ ପେନସନ ଯୋଜନା ଓ ଦୁର୍ଘଟଣାଜନିତ ବୀମା ଯୋଜନାର ସମ୍ପୃକ୍ତି ନିମନ୍ତେ ଅଙ୍ଗନୱାଡି କର୍ମୀମାନଙ୍କୁ ବାଧ୍ୟ ନ କରି ସେମାନଙ୍କର ପ୍ରିମିୟମ ସରକାର ବହନ କରିବା, ମିନି ଅଙ୍ଗନୱାଡି କେନ୍ଦ୍ରକୁ କେନ୍ଦ୍ରରେ ପରିଣତ କରିବା, ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିରୁ ସହାୟତା ନିମନ୍ତେ ଗାଇଡ଼ଲାଇନ ସ୍ଥିର କରିବା, କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ଅଙ୍ଗନୱାଡି ଭିତରୁ ଏ. ଏନ. ଏମ. ଏବଂ ପ୍ରାଥମିକ ଶିକ୍ଷକ ନିମିତ୍ତ ନିମନ୍ତେ କୋଟା ଧାର୍ଯ୍ୟ କରିବା, ମିନି କର୍ମୀମାନଙ୍କୁ କର୍ମୀମାନଙ୍କ ଭଳି ଟି.ଏ. ଓ ଡି. ଏ. ପ୍ରଦାନ କରିବା, ଅଙ୍ଗନୱାଡି କେନ୍ଦ୍ରରୁ ପ୍ରାକ-ବିଦ୍ୟାଳୟ ଶିଶୁମାନଙ୍କୁ ବିଦ୍ୟାଳୟକୁ ନେବା ନାମରେ ଆଇ.ସି.ଡି.ଏସ. ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ରକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର କରିବା ଇତ୍ୟାଦି ଦାବି ନେଇ ଆଜି ମାଷ୍ଟର କ୍ୟାଣ୍ଟିନରୁ ଗାନ୍ଧୀମାର୍ଗ ଜାମ କରିଛନ୍ତି ଅଙ୍ଗନୱାଡି କର୍ମୀ ଓ ମିନିକର୍ମୀ ଓ ସହାୟିକାମାନେ । ରାଜ୍ୟର ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପ୍ରତିନିଧିତ୍ବ କରୁଥିବା ପ୍ରମୁଖ ୟୁନିଅନଗୁଡିକୁ ନେଇ ଗଠିତ ଅଙ୍ଗନୱାଡି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା, ଓଡିଶା ନେତୃତ୍ୱରେ ଆଜି ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ସଭାପତି ତଥା ଏ.ଆଇ.ଟି.ୟୁ.ସି. ରାଜ୍ୟ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଅଙ୍ଗନୱାଡି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚାର ଆବାହକ ତଥା ଏ.ଆଇ.ଟି.ୟୁ.ସି. ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ଆବାହକ ତଥା ଏ.ଆଇ.ଟି.ୟୁ.ସି. ଆବାହକ ପ୍ରଶାନ୍ତ ପାଢ଼ୀ, ଅଲ ଓଡିଶା ଅଙ୍ଗନୱାଡି ୱାର୍କର ଓ ହେଲପରସ ଆସୋସିଏସନର ନେତା ତଥା ସି.ଆଇ.ଟି.ୟୁ.ର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ସି.ଆଇ.ଟି.ୟୁ. ନେତ୍ରୀ ପୁଷ୍ପ ଦାଶ, ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ଉପସାଧାରଣ ସମ୍ପାଦିକା ପ୍ରତିଭା ପାଲ ଏବଂ ମମତାଜ ଖୁଣ୍ଟିଆ, ଏ.ଆଇ.ଟି.ୟୁ.ସି. ରାଜ୍ୟ ଉପସଭାପତି ଅଭୟ ସାହୁ, ଦେବାଶିଷ ଘୋଷ, ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ସୁର ଜେନା, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ଏମ.ଏଫ.ଆଇ.ଟି.ୟୁ.ର ଯୁଧିଷ୍ଠିର ମହାରଣା, ପ୍ରଦୀପ୍ତ ନାୟକ, ଏ.ଆଇ.ଏସ.ଏଫ.ର ରାଜ୍ୟ ସଭାପତି ସଂଘମିତ୍ରା ଜେନା, ଲଷ୍ମୀପ୍ରିୟା ମହାପାତ୍ର, ନିଝରବାଳା ସାହୁ, ଲଷ୍ମୀପ୍ରିୟା ଦାସ, ପ୍ରଭାସିନୀ ପାଢ଼ୀ, ନନ୍ଦିନୀ ପଟେଲ, ବଲ୍ଲଭି ନାୟକ, ସୌଦାମିନୀ ଦାସ, ମଳୟ ମଞ୍ଜରୀ ଜେନା, ନର୍ମଦା ନାହାକ, ନଳିନିପ୍ରଭା ପାତ୍ର, ସଂଯୁକ୍ତା ସିଂହ, ସୁଷମା ପାତ୍ର, ଅନ୍ନପୂର୍ଣ୍ଣା ପ୍ରଧାନ, ନିର୍ବାସିନୀ ପ୍ରଧାନ, ପ୍ରତିଭା ପରିଡା, କଲ୍ୟାଣୀ ସାହୁ, ମୀରାବତୀ ଦଳବେହେରା, ରୁକଣି ଜୁଆଡି, ପ୍ରଭାସିନୀ ପାଢ଼ୀ, ପ୍ରମିଳା ସିଂହ, ବିଜୟଲକ୍ଷ୍ମୀ ଦୋରା, ଗାୟତ୍ରୀ ବାରିକ, ବର୍ଣ୍ଣାଦିତ୍ୟ ଟୁଡୁଙ୍କ ସମେତ ବହୁ ନେତୃବୁନ୍ଦ ଉଦବୋଧନ ଦେଇଥିଲେ । ବିକ୍ଷୋଭ ସମାବେଶ ଚାଲିଥିବା ମଧ୍ୟରେ ସଂଯୁକ୍ତ ମୋର୍ଚ୍ଚାର ଆବାହକ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହିଳା ଓ ଶିଶୁ ବିକାଶ ସଚିବ ତଥା କମିଶନରଙ୍କୁ ସାକ୍ଷାତ କରି ଦାବି ପତ୍ର ଉପସ୍ଥାପନା କରିଥିଲେ । ସମସ୍ତ ଦାବି ଖୁବ ଶୀଘ୍ର ପୁରାଣ ନ କଲେ ବିଧାନସଭାର ବଜେଟ ଅଧିବେଶନ ସମୟରେ ସମଗ୍ର ରାଜ୍ୟର ଲକ୍ଷାଧିକ ଅଙ୍ଗନୱାଡି କର୍ମୀ, ମିନିକର୍ମୀ ଓ ସହାୟିକାମାନଙ୍କ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସି ରହିବେ ଓ ଏଥିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଅଙ୍ଗନୱାଡି କର୍ମୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.