mobile header

ମାଓ ପ୍ରବଣ ଫିରିଙ୍ଗିଆ ଅଞ୍ଚଳରେ ଗମନାଗମନର ସୁବ୍ୟବସ୍ଥା: ୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ରାସ୍ତା

ଫୁଲବାଣୀ, ୧୦/୧୨: ସରକାର ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି l ଗମନାଗମନ ସୁଦୃଢ଼ ହେଲେ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ l ପ୍ରାୟ ୨ କୋଟି ୮୫ ଳକ୍ଷ ୨୭ ହଜାର ଟଙ୍କା ବ୍ୟୟରେ ବାଳକିଡାଡି-କେଲାପଡା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି l ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହେବେ l
ରାସ୍ତା କାମ ୨୭ ମେ ୨୦୨୧ରୁ ଆରମ୍ଭ ହୋଇ ୨୬ ଏପ୍ରିଲ ୨୨ରେ ସରିବା କଥା l ତେବେ କେତକ ସମସ୍ୟା ଯୋଗୁଁ ରାସ୍ତା ନିର୍ମାଣରେ କିଛିଟା ବିଳମ୍ବ ହୋଇଛି ଆଉ ଅତି ଶୀଘ୍ର ରାସ୍ତା କାର୍ଯ୍ୟ ସରିଯିବ ବୋଲି ସହକାରୀ ଯନ୍ତ୍ରୀ ଇଂ ସୁଶୀଲ କୁମାର ମହାନ୍ତି କହିଛନ୍ତି l ରାସ୍ତା କାର୍ଯ୍ୟ ଏସ୍ଟିମେଟ ପ୍ରକାରେ କରାଯାଉଥିବା କହିଛନ୍ତି l ତେବେ ଠିକାଦାରଙ୍କ ସୁପରଭାଇଜର କୁଆଡେ ଗ୍ରାମବାସୀ ରାସ୍ତା କାମ ବିଷୟରେ କିଛି କହିଲେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି l ତେବେ ରାସ୍ତା କାର୍ଯ୍ୟ ଯେପରି ଉନ୍ନତମାନର ଓ ଶୀଘ୍ର ସରିବ ସେଥି ପ୍ରତି ଦୃଷ୍ଟି ଦିଆଯାଉଥିବା ସହକାରୀ ଯନ୍ତ୍ରୀ ଇଂ ସୁଶୀଲ କୁମାର ମହାନ୍ତି କହିଛନ୍ତି l ଅଧିକ୍ଷଣ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେ ନେଇ ନିର୍ଦେଶ ଦେଇଥିବା ସେ ଆହୁରି କହିଛନ୍ତି l

Leave A Reply

Your email address will not be published.