
ଫୁଲବାଣୀ, ୧୦/୧୨: ସ୍ଥାନୀୟ ପ୍ରେସ କ୍ଲବ ଠାରେ ଶନିବାର ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଥିଲା l ଏହି ଅବସରରେ କାଉନସିଲର ସଭାପତି ସରୋଜ କୁମାର ତରାସିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳ ସମ୍ପାଦକ ସତ୍ୟ ନାରାୟଣ ବେହେରା, ଶ୍ରୀମତୀ ଜ୍ୟୋତିର୍ମୟୀ କହଁର ପ୍ରାଧ୍ୟାପିକା ସରକାରୀ ମହାବିଦ୍ୟାଳୟ ଫୁଲବାଣୀ, ବିଜୟ ମହାନ୍ତି ସଭାପତି ଆଇନଜୀବୀ ସଙ୍ଘ, ଧର୍ମେନ୍ଦ୍ର ତାଣ୍ଡି ସ୍ୱାସ୍ଥ୍ୟ ଜନ ସମ୍ପର୍କ ଅଧିକାରୀ, ନବ କିଶୋର ରଥ ଅବସରପ୍ରାପ୍ତ ସ୍କୁଲ ନିରୀକ୍ଷକ, ଜାକିର ଉଲ୍ଲା ଖାନ ସମ୍ପାଦକ, ଆଇଏଚଆରସି, ସାମ୍ବାଦିକ ସନ୍ତୋଷ ଡିଗାଲ, ବୈଷ୍ଣବ ଚରଣ ପଟନାୟକ, ଡ଼ଃ ସୋମନାଥ ବାଘ, ବରିଷ୍ଠ ସାମ୍ବାଦିକ, ସନ୍ତୋଷ ଡିଗାଲ, ବଟକୃଷ୍ନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଦିନକୁ ଦିନ ଲୋକମାନଙ୍କ ମାନବାଧିକାର କ୍ଷୁର୍ଣ ହେଉଥିବା ଯୋଗୁଁ ଗଭୀର ଉଦବେଗ ପ୍ରକାଶ କରିଥିଲେ l ମlନବଧୀକାର ଯେପରି କ୍ଷୁର୍ଣ ନ ହେବ ସେଥି ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ l