xmas

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଫୁଲବାଣୀ, ୧୩/୧୨: ମଙ୍ଗଳବାର ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଅଞ୍ଚଳର ଚାରି ଶହରୁ ଉର୍ଧ୍ଵ ହିତାଧିକାରୀ ଯୋଗ ଦେଇଥିଲେ l ଏହି ଅବସରରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଫୁଲବାଣୀ ବ୍ଲକ ସିଡିପିଓ ଓ ଅସ୍ଥିସଲ୍ୟ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନେ ଯେପରି ସକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ଏଣୁ ଏହାର ସୁଯୋଗ ନେବା ଲାଗି କହିଥିଲେ l ଏହି ଅବସରରେ ଭିନ୍ନକ୍ଷମ ମାନକୁ ଚିହ୍ନଟ କରାଯାଇ ପଂଜିକୃତ କରାଯାଇଥିଲା l ପରେ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆବଶ୍ୟକତା ଅନୁଯାୟୀ ୩ ଚକିଆ ସାଇକଲ, ଆଶା ବାଡ଼ି, ହୁଇଲ ଚେୟାର, ଶ୍ରବଣ ଯନ୍ତ ଆଦି ପ୍ରଦାନ କରାଯିବ ଭତ୍ତା ପାଉନଥିବା ହିତାଧିକାରୀଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି l ଏଭଳି ଶିବିର ଦ୍ୱାରା ବହୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବେଶ ଉପକୃତ ହୋଇପାରୁଥିବା କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର, ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ବିଏସଏସଓ ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave A Reply

Your email address will not be published.