
ଫୁଲବାଣୀ, ୧୯/୧୨: କନ୍ଧମାଳକୁ ଶୀତ ପୁଣି ଫେରିଛି l ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପୁଣି ଦେଖାଦେଇଛି ଶୀତ ଲହରୀ l ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ସୋମବାର ଫୁଲବାଣୀରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁ ଫିଟ ରଖିବା ଲାଗି ଏକ ସରସାଇଜ, ମଣିଙ୍ଗୱlକ କରୁଛନ୍ତି । ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜି. ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି। ଏବେ ପୁଣି ଥଣ୍ଡା ଟିକିଏ ବଢ଼ୁଥିବାରୁ ରାସ୍ତା କଡ଼େ ପସରା ମେଲିଥିବା ଶୀତ ବସ୍ତ୍ର କିଣିବା ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି l