ଭୁବନେଶ୍ୱର,୨୦ /୧୨ : ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସେବିକା ତଥା ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “ମଦର ଟେରେସା ହ୍ୟୁମାନିଟାରିୟନ୍” ସମ୍ମାନରେ ସମ୍ମାନିତ କରାଯାଇଛି । ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଉଲ୍ଲେଖନୀୟ ସମାଜ ସେବା, ମାନବୀୟ କାର୍ଯ୍ୟ, ଉତ୍ସର୍ଗ ଏବଂ ନିଷ୍ଠା ନିମନ୍ତେ ତାଙ୍କୁ ଗତ ଗୁରୁବାର ଦିନ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଶ୍ରୀମତି ମଲ୍ଲିକ୍ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଯେତେବେଳେ କୋଭିଡ୍ ସାରା ରାଜ୍ୟକୁ କବଳିତ କରି ରଖିଥିଲା ସେତେବେଳେ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବାରେ ନିଜକୁ ଶ୍ରୀମତି ମଲ୍ଲିକ୍ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିଲେ ।
ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲ୍ରେ ଦୀର୍ଘ ଦିନ ଧରି ନିରନ୍ତର କରୋନା ସଂକ୍ରମିତଙ୍କର ସେବା ଓ ଚିକିତ୍ସା କରିଥିଲେ କମଳିନୀ । ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଥିଲେ ।
ଏହି ଅବସରରେ ‘ଜଳବାୟୁ ପରିବର୍ତନ, ଜଳବାୟୁ ନ୍ୟାୟ, ଜଳବାୟୁ କାର୍ଯ୍ୟଧାରା ଓ ମାନବିକ ଅଧିକାର ଶୀର୍ଷକ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା ।