
ଫୁଲବାଣୀ, ୧୯/୧୨: ପ୍ରଥମେ ଲଭ, ପରେ ସେକ୍ସ ଆଉ ତାପରେ ଧୋକା l ଜଣେ ଯୁବତୀ ସହ ପ୍ରଥମେ ପ୍ରେମ କଲେ ଆଉ ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି କୁଆଡେ ସ୍ଥାପନ କଲେ ହେଲେ ପରେ ପ୍ରତାରଣା କରି ଅନ୍ୟତ୍ର ବିବାହ ପ୍ରସ୍ତାବ ଠିକ କରି ନିର୍ବନ୍ଧ କରିବା ପାଇଁ ଯୋଜନା ଚଳାଇଥିବା ସମ୍ପର୍କରେ ପକ୍କା ଖବର ପାଇବା ପରେ ଶେଷରେ ପ୍ରତାରିତl ଯୁବତୀ ଜଣକ ଜି. ଉଦୟଗିରିର ବିଜେଡି ନେତା ତଥା ବ୍ଲକ ଉପାଧ୍ୟକ୍ଷ ଏନ୍. ଲୁକୋଙ୍କ ବିରୋଧରେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ୧୦୮/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ଏନ୍. ଲୁକୋକୁ ଗିରଫ କରିଛି l ଆଉ ଉଭୟଙ୍କ ଡାକ୍ତରି ମାଇନା କରାଯାଇଥିବା କଥା ଜି. ଉଦୟଗିରି ଏସଡିପି ଓ ତିରୁପତି ରାଓ ସୂଚନା ଦେଇଛନ୍ତି l ଏହାକୁ ନେଇ ଏବେ ସହରରେ ଚର୍ଚା ଯୋର ଧରିଛି l