ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ମହାନତା: ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଇ ଚିକିତ୍ସା କରାଇଲେ

ମାଲକାନଗିରି (ସଦାନନ୍ଦ ଖରା) : ମାଲକାନଗିରି ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟ ପାଇଁ ମାଲକାନଗିରି ସହରରୁ କାଲିମେଳା ଅଭିମୁଖେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ଯାଉଥିବା ବେଳେ କାଲିମେଳା ସ୍ଥିତ ଏମ୍ ଭି ୬୮ ଗ୍ରାମର କୃଷ୍ଣ ପଦ ବାନାର୍ଜୀ ହଟାଥ୍ ସଡକ ଦୁର୍ଘଟଣାରେ ରାସ୍ତାରେ ପଡିଥିବା ଦେଖି ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ନିଜ କାର୍ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ନିଜେ ଡାକ୍ତରଖାନାରେ ବେଡ଼ ଆଡ଼ମିଟ କରିବା ସହ ଡାକ୍ତରଙ୍କ ସହ ସାକ୍ଷାତ କରି ଯଥା ଶୀଘ୍ର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଏମ୍ ଭି ୬୮ଗ୍ରାମର କୃଷ୍ଣ ପଦ ବାନାର୍ଜୀଙ୍କ ଜୀବନ ବଞ୍ଚାଇ ଥିବାରୁ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲଙ୍କୁ ଧନ୍ୟବାଦ ଅର୍ପଣ ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.