କୁକୁଡା ଲଢ଼େଇ ନେଲା ଜଣଙ୍କ ଜୀବନ

ସରପଞ୍ଚଙ୍କ ପ୍ରତିଶ୍ରୁତି ପାଳନ ହେଉନାହିଁ

ପଡିଆ:- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ପଡିଆ ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଗ୍ରାମରେ ଖୋଲା ଖୋଲି ଭାବେ ଚାଲିଛି କୁକୁଡ଼ା ଲଢ଼େଇ l କୁକୁଢା ଲଢ଼େଇ ଓ ଜୁଆ ଖେଲ ବନ୍ଦ କରିବାକୁ ଆଦିବାସୀ ସଂଘ ତରପରୁ ଏସପିଙ୍କୁ ଗୁହାରି କରାଯାଇଥିଲା l ଏହି ଅଭିଯୋଗକୁ ଭିତ୍ତି କରି ପଡିଆ ଥାନା ଅଧୀନରେ ଥିବା ସରପଞ୍ଚମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶପଥ ନେଇଥିଲେ l କିନ୍ତୁ ପଡିଆ ଥାନା ଅଧୀନରେ ଥିବା କମାରଗୁଡାଠାରେ ମକର ସଂକ୍ରାନ୍ତି ପୂର୍ବରୁ ସଂକ୍ରାନ୍ତି ପର୍ବ ନାମରେ ଏକ ଉତ୍ସବ ଅନୁଷ୍ଠିତ କରାଯାଉଛି l ଏଠାରେ କୁକୁଡା ଲଢ଼େଇ ସହ ଜୁହା ଖେଳ ଓ ମଦ ବିକ୍ରି ହେଉଛି l ସୀମାନ୍ତ ଛତିଶଗଡରୁ ଅନେକ ଲୋକ ଏଥିରେ ଯୋଗ ଦେଇଛନ୍ତି l ନୂତନ ବର୍ଷର ପ୍ରଥମ ଦିନରେ କୁକୁଡ଼ା ଲଢ଼େଇକୁ ଯାଇ ରାତିରେ ଚାଲି ଚାଲି ତୁମ ବାଲାୟା ନାମକ ଜଣେ ଯୁବକ ନିଜ ଘୋରକୁ ଫେରୁଥିବା ସମୟରେ ପଛ ପଟୁ ଗୋଟେ ମୋଟର ସାଇକେଲରେ ତିନି ଜଣ ବ୍ୟକ୍ତି ଆସି ଧକ୍କା ଦେଇଥିଲେ ଫଳରେ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ପଡିଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ପ୍ରଥମେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଇବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିଲା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଶାଖାପାଟଣାକୁ ସ୍ଥାନନ୍ତର କରିଥିଲେ ହେଲେ ଅଧା ରାସ୍ତାରେ ବ୍ୟକ୍ତିଙ୍କ ମୃତୁବରଣ ହୋଇଛି l ଏ ନେଇ ପଡିଆ ଥାନାରେ ମାମଲା ସଙ୍କ୍ୟା ୧/୨୩, ଧାରା ୨୭୯/୩୦୪ଏ ରୁଜୁ କରାଯାଇ ଘୋଟାନର ତଦନ୍ତ ଜାରି ରୋହିତିବା ପଡିଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ କହିଥିଲେ l ଏବଂ ତୁରନ୍ତ କୁକୁଡା ଲଢ଼େଇ ଓ ଜୁଆ ଖେଳ ବନ୍ଦ କରିବେ ବୋଲି କହିଲେ l

Leave A Reply

Your email address will not be published.